www.samajalive.in
Saturday, December 6, 2025
16.1 C
Bhubaneswar

କୋରାପୁଟରେ ଗୋପବନ୍ଧୁଙ୍କ ଭବ୍ୟ ମନ୍ଦିର ନିର୍ମାଣ କରିବେ ବିଧାୟକ ତାରାପ୍ରସାଦ

କୋରାପୁଟ: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ କଂଗ୍ରେସର ବରିଷ୍ଠ ତଥା କୋରାପୁଟ କଂଗ୍ରେସ ଦଳର ଟାଣୁଆ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜର ମହାନତା ଦେଖାଇଛନ୍ତି। ପୂଣ୍ୟାତ୍ମାଙ୍କ ଜୟନ୍ତୀରେ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଖୁବଶୀଘ୍ର କୋରାପୁଟରେ ପୁଣ୍ୟାତ୍ମାଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ‘ସମାଜ’କୁ ପ୍ରତିଶ୍ରୁତି ଦେଇଛନ୍ତି।

ଏ ନେଇ ସେ ଆଲୋଚନା କରିଥିବା ଓ ଆସନ୍ତା ଦଶହରା ପରେ ପରେ କୋରାପୁଟରେ ଏହି ମନ୍ଦିରର ଶିଳାନ୍ୟାସ କରାଯିବ ବୋଲି ଏକ ଆଲେଚାନା ବେଳେ ପ୍ରକାଶ କରିଛନ୍ତି। ମନ୍ଦିର ନିର୍ମାଣ ନିମନ୍ତେ ଆବଶ୍ୟକ ଅର୍ଥ ଓ ଜମି ସେ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ତେବେ କୋରାପୁଟର କେଉଁ ସ୍ଥାନରେ କରାଯିବ ଓ କେତେ ଉଚ୍ଚ ମନ୍ଦିର କରାଯିବ ସେ ନେଇ ସେ ‘ସମାଜ’ର ପରିଚାଳନାମଣ୍ଡଳୀ ସହ ଆଲୋଚନା କଲା ପରେ ଯାହାକିଛି ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି।

- Advertisement -

ବିଧାୟକ ହିସାବରେ ବିଭିନ୍ନ ଜନହିତକର କାର୍ୟ୍ୟ ଓ ଲୋକଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନା ପାଇଁ ସର୍ବଦା ଲୋକଙ୍କ ପ୍ରଶଂସା ସାଉଁଟୁଥିବା ଶ୍ରୀ ବାହିନୀପତିଙ୍କ ଏଭଳି ନିଷ୍ପତ୍ତି ରାଜ୍ୟର କୋଟିକୋଟି ଓଡ଼ିଆଙ୍କୁ ଖୁସି ଆଣି ଦେଇଥିବାବେଳେ ପୁଣ୍ୟାତ୍ମାଙ୍କ ପ୍ରତି ତାଙ୍କର ଏଭଳି ମହାନତା ଗୋପବନ୍ଧୁଙ୍କ ବିଚାରାଧାରା ସହ ଜଡ଼ିତ ଅନେକଙ୍କୁ ଉତ୍ସାହିତ କରିଛି। ତାଙ୍କର ଏଭଳି ନିଷ୍ପତ୍ତି ପରେ ‘ସମାଜ’ ପକ୍ଷରୁ ଶ୍ରୀ ବାହିନୀପତିଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories