www.samajalive.in
Saturday, December 6, 2025
16.1 C
Bhubaneswar

କରୋନା ମୁକାବିଲା, ୧୧୨୦ଟି ଦୋକାନରେ ମିଳିବ ଫାବିପିରାଭିର

ଭୁବନେଶ୍ୱର: କରୋନା ମହାମାରୀ ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ମୁକାବିଲା କରିବାପାଇଁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରତିଦିନ କିଛି ନା କିଛି ନୂଆ ତରିକା ଆପଣା ଯାଉଛି। ଏହି ପରିପ୍ରେକ୍ଷୀରେ ସଂଖ୍ୟାଧିକ ଗୃହପୃଥକବାସ ରୋଗୀଙ୍କ ସକରାତ୍ମକ ମତାମତକୁ ନେଇ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଫାବିପିରାଭିର ଔଷଧକୁ ବଜାରରେ ବ୍ୟାପକ ମାତ୍ରାରେ ଉପଲବ୍ଧ କରିବା ଉପରେ ଗୁରୁତ୍ୱ ଦିଆଯାଇଛିି। ଏହାକୁ ନେଇ ରାଜ୍ୟ ଭେଷଜ ନିୟନ୍ତ୍ରକଙ୍କ ପକ୍ଷରୁ ସବୁ ଭେଷଜ ନିରୀକ୍ଷକଙ୍କୁ ଏକ ନିର୍ଦେଶନାମା ଜାରି କରାଯାଇଛି।

ସୂଚନା ଅନୁଯାୟୀ ପୂର୍ବରୁ ରାଜ୍ୟରେ ୩୦୦ଟି ଦୋକାନରେ ଏହି ଔଷଧ ବିକ୍ରି କରିବାକୁ ନିର୍ଦେଶ ଦିଆଯାଇଥିଲା। ମାତ୍ର ସରକାରଙ୍କ ପକ୍ଷରୁ ଏହି ଔଷଧର ଫଳପ୍ରଦକୁ ନେଇ ଏବେ ରାଜ୍ୟରେ ପ୍ରାୟ ୧୧୨୦ଟି ଔଷଧ ଦୋକାନରେ ଉପଲବ୍ଧ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସାଧାରଣ ଲୋକେ ଯେଭଳି ଔଷଧ ପାଇଁ ହଇରାଣ ହରକତ ନହୁଅନ୍ତି ତାକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତି ନେଇଛି।

- Advertisement -

ଏହାସହିତ ଲୋକେ ଏବେ ଗୃହ ପୃଥକବାସକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଫାବିପିରାଭିର ଔଷଧର ବିକ୍ରିକୁ ସାର୍ବଜନୀନ କରାଯିବାର ଆବଶ୍ୟକତା ରହିଛି। ତେବେ ଭେଷଜ ନିୟନ୍ତ୍ରକ ଦେଇଥିବା ନିର୍ଦେଶନାମାରେ ରାଜ୍ୟର ୫ଟି ଯାକ ମହାନଗର ନିଗମରେ ୪୦ଟି ଲେଖାଏଁ ଦୋକାନୀ ଏହି ଔଷଧ ବିକ୍ରି କରିବାକୁ କୁହାଯାଇଛି। ତେବେ କେଉଁ ଦୋକାନୀ ଏହି ଔଷଧ ବିକ୍ରି କରିବେ ତା’ର ଠିକଣା ଯାଞ୍ଚ କରିବା ଲାଗି ନିରୀକ୍ଷକମାନେ ଦାୟିତ୍ୱ ନେବେ। ଏହାସହିତ ଯେଉଁ ଦୋକାନୀ ଏହି ଔଷଧ ବିକ୍ରି କରିବେ ତା’ର ଡ୍ରଗ୍ସ ଲାଇସେନ୍ସ ଅଛି କି ନାହିଁ ପରଖିବାକୁ କୁହାଯାଇଛି।

ସେହିପରି ଜିଲାସ୍ତରରେ ୩୦ରୁ ୬୦ଟି ଦୋକାନୀ ଯେଭଳି ଏହି ଔଷଧ ବିକ୍ରି କରିପାରିବେ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି। ତେବେ ନୂଆପଡାରେ କେବଳ ୧୫ଟି ଦୋକାନୀ ଏହି ଔଷଧ ବିକ୍ରି କରିବାକୁ ଭେଷଜ ନିୟନ୍ତ୍ରଣ ତାଙ୍କ ପତ୍ରରେ ନିର୍ଦେଶ ଦେଇଥିବା ଜଣାଯାଇଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories