www.samajalive.in
Saturday, December 6, 2025
16.1 C
Bhubaneswar

ସିଙ୍ଗଲ ଉଇଣ୍ଡୋରେ ୫ଶିଳ୍ପ ପ୍ରତିଷ୍ଠାକୁ ମଞ୍ଜୁରୀ

ଭୁବନେଶ୍ୱର: କୋଭିଡ଼ ମହାମାରୀରେ ସାଂଘାତିକ ଭାବେ ବିପର୍ୟ୍ୟସ୍ତ ହୋଇ ପଡ଼ିଥିବା ଶିଳ୍ପ କ୍ଷେତ୍ରକୁ ସୁଧାରିବା ପାଇଁ ଏବେ ପୁଞ୍ଜି ନିବେଶକାରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହିତ କରାଯାଉଛି। ରାଜ୍ୟସ୍ତରୀୟ ସିଙ୍ଗଲ ଉଇଣ୍ଡୋ ବୈଠକରେ ୧୮୫୧.୯୬ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି। ଏହା ଜରିଆରେ ୧୬୨୪ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶିଳ୍ପ ସଂସ୍ଥାଗୁଡ଼ିକୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ସହିତ ଓଡ଼ିଶା ଶକ୍ତି ବଳକା ରାଜ୍ୟ ହୋଇ ଥିବାରୁ କମ୍ପାନୀଗୁଡ଼ିକ ସିପିପି ପ୍ରତିଷ୍ଠା କରିବା ପରିବର୍ତ୍ତେ ଗ୍ରିଡରୁ ଶକ୍ତି ନେବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏଥିସହିତ ନୂତନ ବୈଷୟିକ କୌଶଳ ମାଧ୍ୟମରେ ସ୍ଲରୀ ପାଇପ ଯୋଗେ ଜଳ ଯୋଗାଣକୁ ଅଧିକ ଶୃଙ୍ଖଳିତ ଓ ନିୟନ୍ତ୍ରିତ କରିବା ଉପରେ ଜୋର ଦେଇଥିଲେ।

- Advertisement -

ବୈଠକରୁ ଜଣାପଡ଼ିଛି ଯେ ୩୫୦କୋଟି ପୁଞ୍ଜିନିବେଶରେ ୨୫୮ଜଣଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ କେନ୍ଦୁଝର ଜିଲାରେ ନବଭାରତ ପାୱାର ଏବଂ ଷ୍ଟିଲ ପକ୍ଷରୁ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ସେହିପରି ସମ୍ବଲପୁରରେ ୨୬୧.୭୧ କୋଟି ଟଙ୍କା ନିବେଶରେ ୩୩୮ ଜଣଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟରେ ଭିରାଜ ଷ୍ଟିଲ ଆଣ୍ଡ ଏନର୍ଜିଂ ପକ୍ଷରୁ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ, ବି.ଆର.ସ୍ପଞ୍ଜ ଆଣ୍ଡ ପାୱାର ପକ୍ଷରୁ ଡ଼ୁମକେଲାଠାରେ ୨୦୨.୨ କୋଟି ଟଙ୍କା ନିବେଶରେ ୫୫୦ ଜଣଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ପ୍ଲାଣ୍ଟର ସମ୍ପ୍ରସାରଣ, ନୁ ଭିସ୍ତା ଲି. (ଇମାମି ସିମେଣ୍ଟ) ପକ୍ଷରୁ ୫୯୮.୬୨ କୋଟି ନିବେଶରେ ଏବଂ ୩୩୪ ଜଣଙ୍କୁ ନିଯୁକ୍ତି ଲକ୍ଷ୍ୟରେ କଳିଙ୍ଗନଗରଠାରେ ଥିବା ପ୍ଲାଣ୍ଟର ସମ୍ପ୍ରସାରଣ, ଓସିଏଲ ଇଣ୍ଡିଆ ପକ୍ଷରୁ ୪୪୧.୪୩ କୋଟି ନିବେଶରେ ଏବଂ ୧୪୧ ଜଣଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ କଟକ ଜିଲାରେ ସିମେଣ୍ଟ ତିଆରି କାରଖାନା ପ୍ରତିଷ୍ଠା କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories