www.samajalive.in
Monday, December 15, 2025
17.1 C
Bhubaneswar

୨୦୧୯ : ଗୁଗୁଲରେ କେଉଁ ବ୍ୟକ୍ତିଙ୍କୁ ଅଧିକ ଥର ସର୍ଚ୍ଚ କରିଛନ୍ତି ଅଧିକାଂଶ ଭାରତୀୟ

ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଇଂରାଜୀ ପୁରୁଣା ବର୍ଷ ୨୦୧୯କୁ ବିଦାୟ ଦେବା ଓ ନୂଆବର୍ଷ ୨୦୨୦କୁ ସ୍ବାଗତ କରିବା। ସାରା ବିଶ୍ବ ବର୍ତ୍ତମାନ ନୂଆବର୍ଷର ଅପେକ୍ଷାରେ ରହିଛି। ଚଳିତ ବର୍ଷ ଅନେକ ସେଲିବ୍ରିଟି ବା ଲୋକଙ୍କ ପାଇଁ ଖାସ୍ ରହିଛି। ଚଳିତ ବର୍ଷ(୨୦୧୯)ରେ ଏଭଳି କିଛି ସେଲିବ୍ରିଟି ବା ବ୍ୟକ୍ତି ଅଛନ୍ତି ଯେଉଁମାନେ ଖୁବ୍ ଚଚ୍ଚାରେ ରହିଛନ୍ତି। ଯେଉଁମାନଙ୍କୁ ଗୁଗୁଲରେ ଅଧିକାଂଶ ଭାରତୀୟ ଅଧିକ ଥର ସର୍ଚ୍ଚ(ଖୋଜିବା) କରିଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଚଳିତ ବର୍ଷ(୨୦୧୯)ରେ ଭାରତୀୟମାନେ ଗୁଗୁଲରେ ସବୁଠାରୁ ଅଧିକ ଥର କେଉଁ ସେଲିବ୍ରିଟି କିମ୍ବା ବ୍ୟକ୍ତିମାନଙ୍କୁ ସର୍ଚ୍ଚ କରିଛନ୍ତି।
ତେବେ ଆସନ୍ତୁ ଜାଣିବା ଚଳିତବର୍ଷ(୨୦୧୯)ରେ ଗୁଗୁଲରେ ଅଧିକ ଥର ଭାରତୀୟମାନେ କେଉଁ ସେଲିବିଟ୍ରିଙ୍କୁ ସର୍ଚ୍ଚ କରିଛନ୍ତି……

Pic. Courtesy : Inkhabar

୧. ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ
ଚଳିତବର୍ଷ ଗୁଗୁଲରେ ବାଲାକୋଟ ବିମାନ ଆକ୍ରମଣ ହିରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ନେଇ ଅଧିକାଂଶ ଗୁଗୁଲରେ ସର୍ଚ୍ଚ କରିଥିଲେ। ଅର୍ଥାତ ଅଭିନନ୍ଦନଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଲୋକ ଇଚ୍ଚା ପ୍ରକାଶ କରିଥିଲେ। ତେବେ ୨୦୧୯ରେ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।

- Advertisement -

୨. ଲତା ମଙ୍ଗେସକର
କୋକିଳ କଣ୍ଠୀ ଲତା ମଙ୍ଗେସକର ଚଳିତ ବର୍ଷ ପ୍ରାୟ ୨୮ ଦିନକାଳ ଅସୁସ୍ଥ ହୋଇ ମୁମ୍ବଇର ବ୍ରିଜ କ୍ୟାଣ୍ଡି ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେ ନିମୋନିଆ ରୋଗରେ ପିଡିତ ଥିଲେ। ତେଣୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଥିଲା। ତାଙ୍କ ବିଷୟରେ ଜାଣିବା ପାଇଁ ଅଧିକ ଲୋକ ଇଚ୍ଚା ପ୍ରକାଶ କରିଥିଲେ। ଲତାଙ୍କୁ ନେଇ ଅଧିକାଂଶ ଭାରତୀୟ ଗୁଗୁଲରେ ସର୍ଚ୍ଚ କରିଥିଲେ।

୩. ଯୁବରାଜ ସିଂହ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଅଲରାଉଣ୍ଡର ହେଉଛନ୍ତି ଯୁବରାଜ ସିଂହ। ତାଙ୍କୁ ଚଳିତ ବର୍ଷ ଗୁଗୁଲରେ ଅଧିକ ଥର ଭାରତୀୟମାନେ ସର୍ଚ୍ଚ କରିଥିଲେ। ଯୁବରାଜ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ନିକଟରେ ସେ ୩୮ବର୍ଷରେ ପାଦ ଦେଇଛନ୍ତି।

pic courtesy-NDTV.COM

୪. ଆନନ୍ଦ କୁମାର
ପ୍ରସିଦ୍ଧ ଗଣିତଜ୍ଞ ତଥା ସୁପର-୩୦ର ପ୍ରତିଷ୍ଠାତା ହେଉଛନ୍ତି ଆନନ୍ଦ କୁମାର। ତାଙ୍କ ପାଇଁ ଚଳିତ ବର୍ଷ(୨୦୧୯) ବେସ ଖାସ ହୋଇଛି। ଚଳିତ ବର୍ଷ ତାଙ୍କ ଜୀବନକୁ ନେଇ ନିର୍ମିତ ଚଳଚ୍ଚିତ୍ର ସୁପର-୩୦ ମୁକ୍ତିଲାଭ କରିଥିଲେ। ଏଥିରେ ତାଙ୍କ ଭୂମିକାରେ ହ୍ରିତିକ ରୋଷନ ଅଭିନୟ କରିଥିଲେ। ଯାହା ବ୍ଲକ ବଷ୍ଟର ହିଟ ହୋଇଥିଲା। ଏହି ସିନେମା ମାଧ୍ୟମରେ ସାରା ଦେଶରେ ଆନନ୍ଦ କୁମାର ବେସ୍ ପରିଚିତ ହୋଇଥିଲେ।

image courtesy-Cinema Express

୫. ଭିକି କୌଶଲ
ବିଲିଉଡ଼ ଅଭିନେତା ହେଉଛନ୍ତି ଭିକି କୌଶଲ। ଚଳିତ ବର୍ଷ ହିନ୍ଦୀ ସିନେମା ‘ଉରୀ ଦି ସର୍ଜିକାଲ ଷ୍ଟ୍ରାଇକ୍’ରେ ବଳିଷ୍ଠ ଅଭିନୟ ପାଇଁ ଭିକି କୌଶଲ ବେସ୍ ପରିଚିତ ହୋଇଥିଲେ। ଏଥିପାଇଁ ସେ ଅନେକ ଆୱାର୍ଡ ମଧ୍ୟ ଜିତିଥିଲେ। ଏହି ସିନେମାଟି ୨୦୧୯ ଜାନୁଆରୀରେ ମୁକ୍ତିଲାଭ କରିଥିଲା। ଭାରତ ପକ୍ଷରୁ ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ସିନେମାଟି ନିର୍ମିତ ହୋଇଥିଲା।

୬. ରିଷଭ ପନ୍ତ
ଭାରତୀୟ କ୍ରିକଟେ ଦଳର ବାମ ହାତୀ ବ୍ୟାଟ୍ସମ୍ୟାନ ତଥା ୱିକେଟ କିପର ହେଉଛନ୍ତି ରିଷଭ ପନ୍ତ। ସେ ଚଳିତ ବର୍ଷ ଖୁବ ଚଚ୍ଚାରେ ରହିଥିଲେ। ତାଙ୍କୁ ଚଳିତବର୍ଷ(୨୦୧୯)ରେ ଗୁଗୁଲରେ ଭାରତୀୟମାନେ ଅଧିକାଂଶ ଖୋଜି ଛନ୍ତି।

୭. ରାନୁ ମଣ୍ଡଳ
ଷ୍ଟେସନରେ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଚଳିତ ବର୍ଷ ବେସ୍ ଚର୍ଚ୍ଚାରେ ରହିଛନ୍ତି। ସାରା ଦେଶରେ ଲୋକପ୍ରିୟତା ହାସଲ କରିବା ସହ ନିଜ ସୁମଧୁର କଣ୍ଠର ଯାଦୁରେ ସେ ସମସ୍ତଙ୍କୁ ବିମୋହିତ କରିଛନ୍ତି। ରାନୁଙ୍କ ଜୀବନ କାହାଣୀ ଦ୍ୱାରା ପ୍ରଭାବିତ ହୋଇ ଚଳଚ୍ଚିତ୍ର ନିର୍ମାତା ଋଷିକେଶ ମଣ୍ଡଳ ତାଙ୍କ ବାୟୋପିକ୍‍ ନିର୍ମାଣ କରିବାକୁ ଯାଉଥିବା ଶୁଣିବାକୁ ମିଳୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories