www.samajalive.in
Saturday, December 6, 2025
17.1 C
Bhubaneswar

ସରିଲା ମାଗଣା ସେବା; ଏଣିକି ସର୍ଚ୍ଚ ପାଇଁ ଟଙ୍କା ନେବ ଗୁଗଲ୍‌ !

ନୂଆଦିଲ୍ଲୀ: ଗୁଗଲ୍‌ ଦୀର୍ଘ ଦିନ ଧରି ମାଗଣାରେ ସେବା ଯୋଗାଇ ଆସୁଛି, କିନ୍ତୁ ବର୍ତ୍ତମାନ ପ୍ରିମିୟମର ସମୟ ଆସିଛି। ଏଣିକି ସର୍ଚ୍ଚ ପାଇଁ ୟୁଜରଙ୍କଠାରୁ ଟଙ୍କା ନେବ ଗୁଗଲ। ଏକ ରିପୋର୍ଟ ଅନୁଯାୟୀ, ଗୁଗଲ ଏହାର ଜେନେରେଟିଭ୍ ସର୍ଚ୍ଚ ଅର୍ଥାତ୍‌ ଯଥା ସର୍ଚ୍ଚ ଜେନେରେଟିଭ୍ ଏକ୍ସପେରିଏନ୍ସ(ଏସଜିଇ)କୁ ଦେୟଯୁକ୍ତ କରିବାକୁ ଯାଉଛି, ଯାହା ପରେ ଉପଭୋକ୍ତାମାନଙ୍କୁ ଏଆଇ ରେଜଲ୍ଟ ପାଇଁ ଟଙ୍କା ଦେବାକୁ ପଡ଼ିବ।

ରିପୋର୍ଟ ଅନୁଯାୟୀ, ଗୁଗଲ ଏହାର AI ସର୍ଚ୍ଚ ଟୁଲ୍ ପାଇଁ ଟଙ୍କା ନେବାକୁ ବିଚାର କରୁଛି, ଯଦିଓ ଏପର୍ଯ୍ୟନ୍ତ ଗୁଗଲ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ବୟାନ ଆସିନାହିଁ, କିନ୍ତୁ ଅନେକ ଏଆଇ କମ୍ପାନୀ ସେମାନଙ୍କ AI ଟୁଲ୍‌ ପାଇଁ ଟଙ୍କା ନେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଏଆଇ ଟୁଲ୍‌ ପାଇଁ କମ୍ପାନୀମାନଙ୍କର ବିପୁଳ ଟଙ୍କା ଖର୍ଚ୍ଚ ହେଉଛି।

ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ଏହି ସେଫ୍‌‌

- Advertisement -

ରିପୋର୍ଟରେ କୁହାଯାଇଛି ଯେ, ଗୁଗଲର ସାଧାରଣ ସର୍ଚ୍ଚ ସେବା ସବୁଦିନ ପାଇଁ ମାଗଣା ରହିବ, କିନ୍ତୁ ଯଦି ଆପଣ ଜେନେରେଟିଭ୍ ଏଆଇ ସର୍ଚ୍ଚ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବ। ଏଠାରେ ସୂଚନାଯୋଗ୍ୟ, ଗୁଗଲ ଗତ ବର୍ଷ ଅଗଷ୍ଟରେ AI SGE ଲଞ୍ଚ କରିଥିଲା, ଯାହା ବର୍ତ୍ତମାନ ବ୍ୟବହାରକାରୀଙ୍କ ପସନ୍ଦରେ ଉପଲବ୍ଧ। ଏହାକୁ ଅନ୍ କରିବା ପରେ, ୟୁଜରମାନେ ବହୁତ ସଠିକ୍ ରେଜଲ୍ଟ ପାଇବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories