www.samajalive.in
Saturday, December 6, 2025
17.1 C
Bhubaneswar

ବିବାହର ୧୬ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଲେ ଏହି ସେଫ୍‌‌

ନୂଆଦିଲ୍ଲୀ: ୧୬ବର୍ଷର ବିବାହରେ ଶେଷରେ ପୂର୍ଣ୍ଣଛେଦ ପଡିଲା। ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲେବ୍ରିଟି ସେଫ୍‌‌ କୁନାଲ କପୁର। ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପତ୍ନୀଠାରୁ ଛାଡପତ୍ର ନେବାପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୨୦୦୮ରେ ଏକତା କପୁରଙ୍କୁ ବିବାହ କରିଥିଲେ କୁନାଲ। ବିବହାର ୪ବର୍ଷ ପରେ ୨୦୧୨ରେ ଏକ ପୁତ୍ର ସନ୍ତାର ବାପା ମା ହୋଇଥିଲେ ଉଭୟ। ବେଶ କିଛି ବର୍ଷ ହସଖୁସିରେ ପରିବାର ଚାଲିଥିବା ବେଳେ କୌଣସି କାରଣକୁ ନେଇ କୁନାଲ ଓ ଏକତାଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ଦିନକୁ ଦିନ ଉଭୟଙ୍କ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଥିଲା। ଏପରିକି କୁନାଲଙ୍କ ବାପା ମାଙ୍କୁ ଏକତା ପ୍ରତାଡିତ କରୁଥିବା କୁନାଲ ନିଜେ ଅଭିଯୋଗ କରିଥିଲେ। ସେପଟେ ଅଭିଯୋଗକୁ ମିଥ୍ୟା କହିଥିଲେ ଏକତା। କୁନାଲ ପ୍ରଥମେ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଛାଡପତ୍ର ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିଥିଲେ। ଏହାପରେ କୁନାଲ ଦିଲ୍ଲୀ ହାଇକୋର୍ଟରେ ଛାଡପତ୍ର ଆବେଦନ କରିଥିଲେ। ଶେଷରେ କୋର୍ଟ ଛାଡପତ୍ର ଲାଗି ମଞ୍ଜୁରୀ ପ୍ରଦାନ କରିଛନ୍ତି। ୪୪ବର୍ଷୀୟ କୁନାଲଙ୍କର ରୋଷେଇ ପ୍ରତି ସଉକ ଥିବାରୁ ସେଫ୍‌‌ ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ସେଲେବ୍ରିଟି ସେଫ୍‌‌ ଭାବେ ସେ ଦେଶ ବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories