www.samajalive.in
Saturday, December 6, 2025
15.1 C
Bhubaneswar

ଏହି ଫିଲ୍ମର ଦେଖିଲେ ଟିଜର ଟ୍ରେନରେ ଯିବାକୁ ଲାଗିବ ଡର, ପ୍ରଶଂସକ କହିଲେ-ଶୀଘ୍ର ‘କିଲ୍‌’ ରିଲିଜ୍‌ କର

ମୁମ୍ବଇ: ଚେତାବନୀ- ଏହି ଚଳଚ୍ଚିତ୍ରରେ ହିଂସାତ୍ମକ ବିଷୟବସ୍ତୁ ରହିଛି, ଯାହା କିଛି ଦର୍ଶକଙ୍କୁ ବିବ୍ରତ କରିପାରେ। ଦର୍ଶକଙ୍କୁ ସତର୍କତାମୂଳକ ପରାମର୍ଶ ଦିଆଯାଉଛି। ଏହି ଧାଡ଼ି ସହିତ କୌଣସି ଟିଜର କିମ୍ବା ଟ୍ରେଲର ଆରମ୍ଭ ହେବା ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରେ। ତେବେ ଅନେକ ସମୟରେ ଏହି ଉତ୍ସାହ ମଉଳିଯାଏ ଯେତେବେଳେ ଟିଜର୍‌ ସେତେଟା ଖାସ୍‌ ହେଇନଥାଏ। ନିକଟରେ ‘କିଲ୍‌’ ଚଳଚ୍ଚିତ୍ରର ହିନ୍ଦୀ ଟିଜର ଏହାର ଓଲଟା କରିଛି କାରଣ ଏଥିରେ ଏଭଳି ଆକ୍ସନ ଦୃଶ୍ୟ ପ୍ରଦର୍ଶିତ ହୋଇଛି, ଯାହା କେବଳ ଦର୍ଶକଙ୍କୁ ଟ୍ରେନ୍‌ ଯାତ୍ରା କରିବା ପୂର୍ବରୁ ଥରୁଟିଏ ଭାବିବାକୁ ବାଧ୍ୟ କରିବ ତାହା ନୁହେଁ ବରଂ ଏଥିସହ ଫିଲ୍ମକୁ ପ୍ରେକ୍ଷାଳୟରେ ଦେଖିବାକୁ ଉତ୍ସାହିତ ମଧ୍ୟ କରିବ।

ଦୁଇ ଏସପି ଓ ଜଣେ ଡିସିପିଙ୍କୁ ଦାୟିତ୍ୱ ଅନୁମତି

- Advertisement -

କରଣ ଜୋହର ନୂଆ ପ୍ରତିଭା ସହ ଗୋଟିଏ ଆକ୍ସନ ଚଳଚ୍ଚିତ୍ର ଆଣୁଛନ୍ତି, ଯାହାର ଭୟଙ୍କର ଆକ୍ସନ ଦୃଶ୍ୟରେ ଭରପୁର ଟିଜର ନିକଟରେ ରିଲିଜ୍‌ ହୋଇଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ନୂଆ କଳାକାର ଲକ୍ଷ୍ୟ ଓ ତାନ୍ୟା ମାନିକତଲା ପ୍ରଥମ ଥର ପାଇଁ ବଲିଉଡ଼ରେ ପାଦ ଥାପିଛନ୍ତି। ସେମାନେ ଖୁସିରେ ଟ୍ରେନରେ ଯାତ୍ରା କରୁଥିବାବେଳେ ଫୋନରେ ପରସ୍ପରକୁ ମେସେଜ୍ କରୁଥିବା ଦେଖିବାକୁ ମିଳିଛି। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସୁଖଦ ଯାତ୍ରା ଭୟ ଏବଂ ଆତଙ୍କରେ ପରିଣତ ହୋଇଯାଉଛି। ଟିଜରକୁ ଦର୍ଶକ ବେଶ୍‌ ପସନ୍ଦ କରୁଥିବା ସେମାନଙ୍କ ପ୍ରତିକ୍ରିୟାରୁ ବାରି ହୋଇପଡ଼ୁଛି। ଟିଜର ଦେଖିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ଏବଂ ଶୀଘ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

କରଣ ଜୋହର ଏହି ଟିଜରକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ଗୋଟିଏ ରାତି, ଗୋଟିଏ ଟ୍ରେନ, ଗୋଟିଏ କାରଣ KILL। ଏ ହେଉଛି ‘କିଲ୍‌’ର ଟିଜର, ଲକ୍ଷ୍ୟ, ରାଘବ ଜୁୟାଲ ଓ ତାନ୍ୟା ମାନିକତଲାଙ୍କ ସହ। ନିଖିଲ ନାଗେଶ ଭଟ୍ଟ ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ ୫ ତାରିଖରେ ପରଦାକୁ ଆସିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories