ଗ୍ରାହକଙ୍କୁ ଝଟକା ଦେଲା ଗୁଗଲ ପେ ! ମାଗଣା ସୁବିଧା ବନ୍ଦ, ଦେବାକୁ ପଡିବ ଅତିରିକ୍ତ ପଇସା…

ନୂଆଦିଲ୍ଲୀ : କୋଟି କୋଟି ଲୋକ ମୋବାଇଲ ରିଚାର୍ଜ ଓ ବିଲ୍ ପୈଠ ଭଳି ସେବା ପାଇଁ ଗୁଗଲ ପେ ବ୍ୟବହାର କରୁଛନ୍ତି । ଏପର୍ଯ୍ୟନ୍ତ ଗୁଗଲ ପେ ନିଜ ସେବା ମାଗଣାରେ ଉପଲବ୍ଧ କରାଉଥିଲା କିନ୍ତୁ ଏବେ କମ୍ପାନୀ କିଛି ଟ୍ରାଞ୍ଜାକ୍ସନରେ ବ୍ୟବହାରକାରୀଙ୍କଠୁ ପ୍ରୋସେସିଂ ଫି ନେବା ଆରମ୍ଭ କରିଦେଇଛି ।

ଗୁଗଲ ପେ ନିଜ ବ୍ୟବହାରକାରୀଙ୍କଠୁ ପ୍ରୋସେସିଂ ଫି ଆଦାୟ କରିବା ଆରମ୍ଭ କରିଦେଇଛି । କହିରଖୁଛୁ ଫୋନ୍ ପେ  ଓ ପେଟିଏମ୍ ମଧ୍ୟ ବିଲ୍ ପୈଠ ପାଇଁ ରିଚାର୍ଜ ଓ ଅନ୍ୟ ସେବା ପାଇଁ ଶୁଳ୍କ ନେଉଛନ୍ତି । ଏହି ଶୁଳ୍କ ନେଣ-ଦେଣ ରାଶିର ୦.୫ ପ୍ରତିଶତରୁ ୧ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ଏହି ପ୍ରୋସେସିଂ ଫିରେ ଜିଏସଟି ମଧ୍ୟ ନିଆଯାଉଛି । ଯଦି ଆପଣଙ୍କ ବିଲର ପୈଠ ବିଫଳ ହୋଇଯାଏ ତେବେ ବିଲର ସମ୍ପୂର୍ଣ୍ଣ ରାଶି ସହିତ ପ୍ରୋସେସିଂ ଫି ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପଣଙ୍କ ଖାତାକୁ ଫେରସ୍ତ କରିଦିଆଯିବ ।

Comments are closed.