www.samajalive.in
Sunday, December 7, 2025
14.1 C
Bhubaneswar

ଡୁଡଲ୍‍ ଜରିଆରେ କୈଫି ଆଜ୍‍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଗୁଗଲ୍‍

ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ଶବାନା ଆଜ୍‍ମୀଙ୍କ ପିତା ତଥା ପ୍ରସିଦ୍ଧ ଉର୍ଦ୍ଦୁ କବି ଓ ଲେଖକ କୈଫି ଆଜ୍‍ମୀଙ୍କ ୧୦୧ତମ ଜନ୍ମଦିନ ଅବସରରେ ମଙ୍ଗଳବାର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଂଜିନ ଗୁଗଲ୍‍ ତାଙ୍କୁ ‘ଡୁଡଲ୍‍’ ଜରିଆରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛି। ଗୁଗଲ୍‍ ନିଜ ଡୁଡଲ୍‌ରେ ଆଜ୍‍ମୀଙ୍କ ଫଟୋ ପୋଷ୍ଟ କରିବା ସହ ସେହି ଫଟୋରେ କୈଫି ମାଇକ୍‌ରେ କିଛି ସମ୍ବୋଧନ କରୁଥିବା ପ୍ରଦର୍ଶିତ ମିଳିଛି।

୧୯୧୯ ମସିହା ଜାନୁଆରୀ ୧୪ରେ ଉତ୍ତର ପ୍ରଦେଶର ଆଜମଗଡ଼ରେ ଜନ୍ମ ଗ୍ରହଣ କରିଥିବା ସୟଦ ଅତହର ହୁସେନ ରିଜଭି ହିଁ କୈଫି ଆଜ୍‍ମୀ ନାମରେ ଲୋକପ୍ରିୟ ଥିଲେ। ଆଜ୍‍ମୀ କେବଳ ନିଜ ଲେଖନୀ ପ୍ରତିଭାକୁ ନେଇ ଲୋକପ୍ରିୟ ନ ଥିଲେ ବରଂ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଖୁବ୍‍ ପ୍ରଗତିଶୀଳ ଥିଲେ। ଏହି ମହାନ୍‍ କବି ଧନୀ-ଗରୀବର ଭେଦଭାବ ଦୂର କରିବା ପାଇଁ ସ୍ୱର ଉତ୍ତୋଳନ କରିଥିଲେ। ଏହା ସହିତ ପୁରୁଷ ଓ ମହିଳାଙ୍କୁ ସମାନ ଅଧିକାର ତଥା ସମାଜରେ ସମାନ ସ୍ଥାନ ଦେବାକୁ ମଧ୍ୟ ଯୁକ୍ତି ବାଢୁଥିଲେ।

- Advertisement -

ମାତ୍ର ୧୧ ବର୍ଷ ବୟସରେ ସେ ଲେଖିଥିବା ପ୍ରଥମ ଗଜଲ,’ଇତନା ତୋ ଜିନ୍ଦେଗୀ ମେ କିସ କି’ ତାଙ୍କୁ ଉର୍ଦ୍ଦୁ ସାହିତ୍ୟରେ ବିଶେଷ ପରିଚୟ ପ୍ରଦାନ କରିଥିଲା। କବିତା ବ୍ୟତୀତ ଆଜ୍‍ମୀ ଗୀତ, ଚିତ୍ରନାଟ୍ୟ ଓ କାହାଣୀ ଆଦି ଲେଖାଲେଖି ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories