ଗୁଗଲ କ୍ରୋମ୍ ୟୁଜରଙ୍କ ପାଇଁ ଚେତାବନୀ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ : ସାଇବର ସୁରକ୍ଷା ଏଜେନ୍ସି ସର୍ଟ-ଇନ୍ ଗୁଗଲ କ୍ରୋମ୍ ୟୁଜରଙ୍କ ପାଇଁ ଚେତାବନୀ ଜାରି କରିଛି, ଯାହା ଓ୍ବିଣ୍ଡୋଜ୍, ମ୍ୟାକ୍ ଏବଂ ଲିନକ୍ସ ଅପରେଟିଂ ସିଷ୍ଟମ ୟୁଜରଙ୍କୁ ପ୍ରଭାବିତ କରିବ । ଏଥିରେ କିଛି ଗୁରୁତର ସମସ୍ୟା ମିଳିଛି । ଏଥିପାଇଁ ଏହି ଆଲର୍ଟ ଜାରି କରାଯାଇଛି । ଏହି ବିପଦର ଅର୍ଥ କେହି ବି ଆପଣଙ୍କ କମ୍ପ୍ୟୁଟରକୁ ହ୍ୟାକ୍ କରିପାରିବ ଏବଂ ଆପଣଙ୍କ ଜରୁରି ତଥ୍ୟ ଚୋରି କରିପାରେ । ଏଥିପାଇଁ ଆପଣଙ୍କୁ ତୁରନ୍ତ ନିଜ ଗୁଗଲ କ୍ରୋମକୁ ଅପଡେଟ୍ କରିବା ଉଚିତ୍ ।

ସର୍ଟ-ଇନ୍ ଜଣାଇଛି କି କ୍ରୋମରେ କିଛି ଯାନ୍ତ୍ରିକ ତ୍ରୁଟି ନଜର ଆସିଛି ଯାହାର ଫାଇଦା ଉଠାଇ ହ୍ୟାକର ଆପଣଙ୍କ କମ୍ପ୍ୟୁଟରରେ ପ୍ରବେଶ କରି ତଥ୍ୟ ଚୋରି କରିପାରେ । ଏହି ବିପଦ ଟାଳିବା ପାଇଁ ନିଜ ଗୁଗଲ କ୍ରୋମ ବ୍ରାଉଜରକୁ ଅପଡେଟ୍ କରାଇନିଅନ୍ତୁ । ଏହା ସହିତ ଆପଣ ସାବଧାନ ରୁହନ୍ତୁ ଏବଂ କୌଣସି ବି ଲିଙ୍କ୍ ବା ଅଜଣା ଫାଇଲ ଉପରେ କ୍ଲିକ୍ କରନ୍ତୁନାହିଁ ।

prayash

ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

kalyan agarbati

Comments are closed.