www.samajalive.in
Friday, December 5, 2025
20.1 C
Bhubaneswar

ଜିଏସ୍‌ଟି ହାର ପରିବର୍ତ୍ତନ, ବୁଧବାର ନିଷ୍ପତ୍ତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ ବୁଧବାର ଗୋଆରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀସ୍ତରୀୟ ପ୍ୟାନେଲ ବୈଠକରେ ଜିଏସ୍‌ଟି ହାରର ଯୁକ୍ତିଯୁକ୍ତତା ଉପରେ ନିଷ୍ପତ୍ତି ନିଆଯିବ। ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧୀନରେ ଗଠିତ ୬ଜଣିଆ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ବୈଠକ ଅଗଷ୍ଟ ୨୨ରେ ହୋଇଥିବାବେଳେ ସେପ୍ଟେମ୍ବର ୯ରେ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପରିଷଦ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲେ। ଅଗଷ୍ଟରେ ଅନୁଷ୍ଠିତ ବୈଠକରେ ଏହି ପ୍ୟାନେଲ କେନ୍ଦ୍ର ତଥା ରାଜ୍ୟଗୁଡ଼ିକର ଟିକସ ଅଧିକାରୀଙ୍କୁ ନେଇ ଗଠିତ ଫିଟମେଣ୍ଟ କମିଟିକୁ କିଛି ଉତ୍ପାଦ ଉପରେ ଟିକସ ହାର ପରିବର୍ତ୍ତନର ପ୍ରଭାବ ବିଶ୍ଲେଷଣ କରିବାକୁ ଏବଂ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଦାୟିତ୍ବ ଦେଇଥିଲା। ଜିଏସ୍‌ଟି ଏକ ଚାରିସ୍ତରୀୟ ଟିକସ ବ୍ୟବସ୍ଥା, ଯେଉଁଥିରେ ୫, ୧୨, ୧୮ ଓ ୨୮% ସ୍ଲାବ୍‌ ରହିଛି। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ସାଧାରଣତଃ ଟିକସ ଛାଡ଼ ଥାଏ, ଅଥବା ସର୍ବନିମ୍ନ ସ୍ଲାବ୍‌ ଲାଗୁ ହୋଇଥାଏ। ଅନ୍ୟପକ୍ଷରେ ବିଳାଶପୂର୍ଣ୍ଣ ଓ ଅବଗୁଣ ସାମଗ୍ରୀ ଉପରେ ସର୍ବାଧିକ ସ୍ଲାବ୍‌ର ଟିକସ ଲାଗିଥାଏ। ବିଳାଶପୂର୍ଣ୍ଣ ଓ ସାମଜ ପାଇଁ କ୍ଷତିକାରକ ସାମଗ୍ରୀ ଉପରେ ୨୮% ଜିଏସ୍‌ଟି ଲାଗିଥାଏ। ୧୨% ଓ ୧୮% ସ୍ଲାବ୍‌ର ଏକତ୍ରୀକରଣ ପାଇଁ ଆଲୋଚନା ଚାଲିଥିବାବେଳେ ଏପର୍ଯ୍ୟନ୍ତ ପ୍ରସ୍ତାବ ଦିଆଯାଇ ନାହିଁ। ତେବେ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟ ବର୍ତ୍ତମାନ ଜିଏସ୍‌ଟି ସ୍ଲାବ୍‌ ପରିବର୍ତ୍ତନ ଚାହୁଁନାହାନ୍ତି। ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରୀମା ଭଟ୍ଟାଚାର୍ଯ୍ୟ ଅଗଷ୍ଟରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ପ୍ୟାନେଲ ବୈଠକରେ କହିଥିଲେ ଯେ, ଜିଏସ୍‌ଟି ସ୍ଲାବ୍‌ରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି କହିଥିଲେ। ସେହିପରି କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ କ୍ରିଷ୍ଣ ବାୟରେ କହିଥି​‌ଲେ ଯେ, ମନ୍ତ୍ରୀସ୍ତରୀୟ ପ୍ୟାନେଲକୁ ବିଶ୍ଲେଷଣ କରିବାକୁ ହେବ ଯେ, ବର୍ତ୍ତମାନ ଜିଏସ୍‌ଟି ସ୍ଲାବ୍‌ ପରିବର୍ତ୍ତନ ହେବାର ଆବଶ୍ୟକତା ଅଛି ନା ନାହିଁ। ଏହାକୁ ପରିବର୍ତ୍ତନ କରି ତୁମେ କଣ ପାଇବ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories