www.samajalive.in
Friday, December 5, 2025
17.1 C
Bhubaneswar

୪ମନ୍ତ୍ରୀଙ୍କୁ ବହିଷ୍କାର କଲେ ଭଗବନ୍ତ ମାନ: କାହାକୁ ମିଳିବ କ୍ୟାବିନେଟରେ ସ୍ଥାନ

ନୂଆଦିଲ୍ଲୀ: ପଞ୍ଜାବ ସରକାରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ୪ଜଣ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରିମଣ୍ଡଳରୁ ବିଦା କରିବା ପରେ ଏହି ଚର୍ଚ୍ଚା ବଡିଛି। ଏହି ୪ଜଣଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସୁଯୋଗ ମିଳିବାକୁ ଯାଉଛି। ମିଳିଥିବା ସୁଚନା ଅନୁସାରେ ଜଳନ୍ଧର ବିଧାୟକ ମୋହିନ୍ଦର ଭଗତଙ୍କ ବ୍ୟତୀତ ଲାହରାଗାଗା ଅଞ୍ଚଳର ବରିନ୍ଦର କୁମାର ଗୋଏଲ, ଖାନ୍ନା ବିଧାୟକ ତରୁଣପ୍ରୀତ ସିଂହ ସୌନ୍ଧ ଏବଂ ଲୁଧିଆନାର ସହନେୱାଲର ବିଧାୟକ ହରଦୀପ ସିଂହ ମୁଣ୍ଡିଆ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ଏହି ୪ଜଣଙ୍କ ଉପରେ ବେଶ ଖୁସି ଥିବାରୁ ସେମାନଙ୍କୁ ବଡ ସୁଯୋଗ ଦିଆଯାଉଛି।
ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବା ମନ୍ତ୍ରୀମାନେ ହେଲେ ବିଧାୟକ ଚେତନ ସିଂହ, ବଲକର ସିଂହ, ବ୍ରହ୍ମ ଶଙ୍କର ଜିମ୍ପା ଏବଂ ଅନମୋଲ ଗଗନ ମାନ୍‌‌। ଏହି ୪ଜଣଙ୍କୁ ପ୍ରଦର୍ଶନ ଆଧାରରେ ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିବା କୁହାଯାଇଛି। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ପ୍ରାୟ ୬ମାସ ଜେଲରେ ରହି ବାହାରିବା ପରେ ଦଳୀୟ କାର୍ଯ୍ୟରେ ସକ୍ରିୟ ରହିଛନ୍ତି। ପ୍ରଥମେ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଆତିଶୀଙ୍କୁ ଦାୟିତ୍ୱ ଦେବା ପରେ ଏବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ ଆଲୋଚନା କରି ୪ମନ୍ତ୍ରୀଙ୍କୁ ବହିଷ୍କାର କରି ନୂଆ ଚେହେରାଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories