www.samajalive.in
Saturday, December 6, 2025
19.1 C
Bhubaneswar

ରାମ ମନ୍ଦିରରେ ସୁନା ରାମାୟଣର ଦର୍ଶନ ପାଇବେ ଭକ୍ତ, ପୁସ୍ତକର ଓଜନ ୧.୫ କ୍ୱିଣ୍ଟାଲ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତମାନେ ରାମଲାଲାଙ୍କ ସହ ଏବେ ନିଆରା ସୁନାର ରାମାୟଣ ମଧ୍ୟ ଦର୍ଶନ କରିପାରିବେ। ଗର୍ଭ ଗୃହରେ ଏହି ରାମାୟଣକୁ ନୀତି ନିୟମ ମୁତାବକ ସ୍ଥାପନ କରାଯାଇଛି। ଏହି ଖାସ୍ ରାମାୟଣକୁ ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମୀନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ମଙ୍ଗଳବାର ନବରାତ୍ରୀର ପ୍ରଥମ ଦିନରେ ଏହି ରାମାୟଣ ସ୍ଥାପନ ସମୟରେ ଲକ୍ଷ୍ମୀ ନାରାୟଣନ୍ ତାଙ୍କ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଚେନ୍ନଇର ପ୍ରସିଦ୍ଧ ଭୁମ୍ମିଡି ବଙ୍ଗାରୁ ଜୁଏଲର୍ସ ଏହାକୁ ତିଆରି କରିଛି। ରାମାୟଣକୁ ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତିଠାରୁ ମାତ୍ର ୧୫ ଫୁଟ୍ ଦୂରରେ ପଥରର ଏକ ଆସନରେ ରଖାଯାଇଛି। ଏହି ଅବସରରେ ରାମ ମନ୍ଦିର ନିର୍ମାଣ ଦାୟିତ୍ୱରେ ଥିବା ଗୋପାଳ ରାଓ, ପୂଜକ ପ୍ରେମଚନ୍ଦ ତ୍ରିପାଠୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଆୟର୍ଲାଣ୍ଡର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ସାଇମନ୍‌ ହାରିସ୍‌, ଶୁଭେଚ୍ଛା ଜଣାଇଲେ ମୋଦୀ


ସୁନା ରାମାୟଣର ବିଶେଷତ୍ଵ:

- Advertisement -

ଏହି ବିଶେଷ ପ୍ରତିକୃତିର ପ୍ରତ୍ୟେକ ପୃଷ୍ଠା ତମ୍ବାରେ ନିର୍ମିତ  ଏବଂ ୧୪/୧୨ ଇଞ୍ଚ ଆକାରର, ଯେଉଁଥିରେ ରାମ ଚରିତ ମାନସର ଶ୍ଳୋକଗୁଡ଼ିକ ଲେଖାହୋଇଛି। ୧୦,୯୦୨ ପଦ ଥିବା ଏହି ମହାକାବ୍ୟର ପ୍ରତ୍ୟେକ ପୃଷ୍ଠା ୨୪ କ୍ୟାରେଟ୍ ସୁନାରେ ଆବୃତ ହୋଇଛି। ସୁବର୍ଣ୍ଣ ପ୍ରତିକୃତିରେ ପ୍ରାୟ ୪୮୦-୫୦୦ ପୃଷ୍ଠା ରହିଛି ଏବଂ ଏହା ୧୫୧ କିଗ୍ରା ତମ୍ବା ଏବଂ ୩-୪ କିଲୋଗ୍ରାମ ସୁନାରେ ନିର୍ମିତ। ପ୍ରତ୍ୟେକ ପୃଷ୍ଠା ତିନି କିଲୋଗ୍ରାମ ତମ୍ବାରେ ନିର୍ମିତ। ଧାତୁ ନିର୍ମିତ ଏହି ରାମାୟଣର ଓଜନ ୧.୫ କ୍ୱିଣ୍ଟାଲରୁ ଅଧିକ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories