କଟକ: କଟକରେ ଥମୁନି ଚୋରି, ଲୁଟପାଟ୍ ଭଳି ଘଟଣା। କଟକ ଦରଖାପାଟଣା ଅଞ୍ଚଳରୁ ପୁଣି ଚୋରି ଅଭିଯୋଗ ହୋଇଛି। ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି ହୋଇଛି। କିଛି ଦୁର୍ବୁତ୍ତ ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୋମବାର ସକାଳେ ସ୍ଥାନୀୟ ଲୋକ ତାଲା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସିସି ଟିଭି କ୍ୟାମେରାରେ ଚୋରି ବେଳର ପୁରା ଭିଜୁଆଲ କଏଦ ହୋଇଛି। ଯାହାକୁ ଆଧାର କରି ପୁଲିସ ଛାନଭିନ୍ ଜାରି ରଖିଛି।
Popular Categories



