www.samajalive.in
Monday, December 15, 2025
27.1 C
Bhubaneswar

ରୁଷ୍‌ ଆକାଶରୁ ସୁନାବର୍ଷା ! କଥାଟା ମିଛ ଲାଗୁଥିଲେ ବି ଏହା ସତ

ଆକାଶରୁ ଅଜବ ଭାବେ ମାଛ ବର୍ଷା, ଏସିଡ୍‌ ବର୍ଷା ଆଦି ହେବାର ଶୁଣିଥିବେ । ଭାବନ୍ତୁ ତ, ଯଦି ଆକାଶରୁ ସୁନା ଭଳି ମୂଲ୍ୟବାନ୍‌ ଦ୍ରବ୍ୟର ବର୍ଷା ହୁଏ- ତେବେ ସେହି ଅଞ୍ଚଳରେ କିପରି ପରିସ୍ଥିତି ସୃଷ୍ଟି ହେବ ।

ରୁଷ୍‌ର ସବୁଠାରୁ ଥଣ୍ଡା ସହର ୟାକୁତ୍‌ସରେ ହଠାତ୍‌ ଆକାଶରୁ ସୁନାଖଣ୍ଡମାନ ଖସିବାରେ ଲାଗିଲା । ଲୋକେ ତତ୍‌କ୍ଷଣାତ କିଛି ବୁଝିପାରିଲେ ନାହିଁ । କିନ୍ତୁ ବୁଝିବାମାତ୍ରେ ଆଖିବୁଜା ଗୋଟାଇବାରେ ଲାଗିପଡିଲେ । ସେଗୁଡିକ ପୁଣି ଛୋଟ ନୁହେଁ, ବଡବଡ ବେଶ୍‌ ଓଜନିଆ ସୁନାଖଣ୍ଡ ଥିଲା ।

- Advertisement -

ଏ ଖବର ତୁରନ୍ତ ସେହି ଅଞ୍ଚଳ ସାରା ବ୍ୟାପିଗଲା। ସହରର ପୁଲିସ୍‌ ସକ୍ରିୟ ହୋଇ ଇମର୍ଜେନ୍ସି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଦେଲା ଏବଂ ସମଗ୍ର ଅଞ୍ଚଳ ସିଲ୍‌ କରିଦିଆଗଲା ।

ଖବର ନେବାରେ ଜଣାପଡିଲା ଯେ ୟାକୁତ୍‌ସ ବିମାନ ବନ୍ଦରରୁ ଏକ କାର୍ଗୋ ବିମାନ ୩ହଜାର କିଲୋଗ୍ରାମ ସୁନା ନେଇ କେଉଁଆଡେ ଯାଉଥିଲା । ଏକ ସୁନା କମ୍ପାନୀ ଖଣିରୁ ସୁନା ବାହାର କରିବା ପରେ ଏହାକୁ ଫିନିସିଂ ପାଇଁ ପଠାଉଥିବା ବେଳେ ଏଥିରେ ସୁନା ସହିତ ଶହଶହ କୋଟି ଟଙ୍କାର ହୀରା ବି ରହିଥିବା କୁହାଯାଉଛି । ତେବେ ଉଡାଣ କରିବାର କିଛି ସମୟ ପରେ ହିଁ ବିମାନର ନିମ୍ନଭାଗରେ ଥିବା ଗେଟ୍‌ଟି ଭାଙ୍ଗିଯାଇଥିଲା ଏବଂ ସୁନା ସବୁ ଖସିବାରେ ଲାଗିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉଡାଣ ଆରମ୍ଭ କରିବା ପରେ ପାଇଲଟ୍‌ ବିମାନରେ ସୃଷ୍ଟି ହୋଇଥିବା ସମସ୍ୟା ସମ୍ପର୍କରେ ଜାଣିପାରି ଜରୁରୀକାଳୀନ ଅବତରଣ କରାଇବାକୁ ନିଷ୍ପତ୍ତି ନେଲେ । ତେବେ ଏହି ସମୟ ମଧ୍ୟରେ ବିମାନଟି ରନ୍‌ୱେରୁ ୨୬କିଲୋମିଟର ଯାଏ ସୁନା ଖସାଇ ସାରିଥିଲା । ବିମାନଟି ଯେଉଁ ବାଟ ଦେଇ ଯାଇଥିଲା, ପୁଲିସ୍‌ ରନ୍‌ୱେରୁ ରାଜପଥ ପର୍ୟ୍ୟନ୍ତ ସେସବୁ ବାଟ ସିଲ୍‌ କରି ସୁନା ଫେରିବା ପ୍ରୟାସରେ ଲାଗିଥିବା ଜଣାଯାଇଛି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories