www.samajalive.in
Sunday, December 14, 2025
17.1 C
Bhubaneswar

ନଳକୂପରୁ ପାଣି ସହ ବାହାରୁଛି ସୁନାଗୁଣ୍ଡ !

ଖପ୍ରାଖୋଲ : ଐତିହାସିକ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ବଲାଙ୍ଗିର ଜିଲା ଖପ୍ରା​ଖୋ‌ଲ ବ୍ଲକ ଅନ୍ତର୍ଗତ ନାନ୍ଦୁପଲା ଗ୍ରାମରେ ସୁନା ଖଣିଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ନାନ୍ଦୁପଲା ସୀମାରେ ମହମ୍ମଦ ଜାବିଦଙ୍କ ଜମିରେ ସୁନା ଖଣି ଥିବା ନେଇ ଆଲୋଚନା ହେଉଛି। ମହମ୍ମଦ ଜାବିଦ ତାଙ୍କ ଚାଷ ଜମିରେ ଖୋଳିଥିବା ଗଭୀର ନଳକୂଅରୁ ପାଣି ସହ ସୁନା ଭଳି ଦେଖାଯାଉଥିବା କିଛି ଗୁଣ୍ଡ ବାହାରୁଥିବା କୁହାଯାଉଛି।
ସୂଚନାରୁ ପ୍ରକାଶ ଯେ, ଜାବିଦ ନିଜ ଜାଗାରେ ଗତ ଫେବୃଆରୀ ୮ତାରିଖରେ ଏକ ଗଭୀର ନଳକୂପ ଖନନ କରିଥିଲେ। ଏହି ନଳକୂପରୁ ୨୧ ଫେବୃଆରୀରେ ମୋଟର ଲଗାଯାଇ ପାଣି ଉଠାଯାଇଥିଲା। ମୋଟର ଚାଲିବା ଆରମ୍ଭ ହେବାରୁ ପାଣି ସହିତ ହଳଦିଆ ରଙ୍ଗର ବହଳିଆ ତରଳ ପଦାର୍ଥ ବାହାରିଥିଲା। ଗତ ଦୁଇ ଦିନ ଧରି ମୋଟର ଚାଲିଥିବା ବେଳେ ସୁନା ଭଳି ଗୁଣ୍ଡ ପଦାର୍ଥ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ଦେଖି ମହମ୍ମଦ ଜାବିଦଙ୍କ ପରିବାର ଚକିତ ହୋଇ ପଡ଼ିଥିଲେ। ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ଭିଡ଼ ଜମିଥିଲା। ଶୁକ୍ରବାର ଅପରାହ୍ନରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ, ଥାନା ଅଧିକାରୀ ରମାକାନ୍ତ ସାହୁ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ମାଟିତଳୁ ବାହାରିଥିବା ଏହି ପଦାର୍ଥର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଏହାକୁ ଭୂତତ୍ତ୍ୱବିତଙ୍କ ନିକଟକୁ ପଠାଯାଇ ଏନେଇ ଅଧିକ ତର୍ଜମା କରାଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ରେ ବକ୍ସାଇଟ, ମାଙ୍ଗାନିଜ, ଲୌହପଥର ଆଦି ମୂଲ୍ୟବାନ ଖଣିଜ ପଦାର୍ଥ ରହିଛି।
ଏହି ପରିପ୍ରେକ୍ଷୀରେ ସୁନା ଏଠାରେ ଥାଇପାରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି। ନିକଟରେ ଦେବଗଡ଼ଠାରେ ସୁନାଖଣି ଥିବା ନେଇ ଶାସକ ଦଳ ପକ୍ଷରୁ ବିଧାନସଭାରେ ସୂଚନା ଦିଆଯାଇଥିଲା। ଏବେ ନାନ୍ଦୁପଲାରେ ସୁନାର ସନ୍ଧାନ ମିଳିବା ନେଇ ପ୍ରଚାର ହେଉଥିବାରୁ ଏହାର ସତ୍ୟତା ଜାଣିବା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories