ବଢିଲା ସୁନା ଓ ରୁପା ଦର
ନୂଆଦିଲ୍ଲୀ:ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ସହ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟରେ ହ୍ରାସର ପ୍ରଭାବରେ ସୋମବାର ଘରୋଇ ବଜାରରେ ସୁନା ଗହଣା ମୂଲ୍ୟରେ ବୃଦ୍ଧି ଘଟିଛି । କାରବାର ମାନ୍ଦା ରହିବା ଯୋଗୁ ଆଜି ବଜାରରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୪୬୦ ଟଙ୍କା ବୃଦ୍ଧି ଘଟି ୩୮,୮୬୦ ଟଙ୍କାରେ ପହଞ୍ଚିଛି। ସେହିଭଳି ରୁପା ମୂଲ୍ୟରେ କିଲୋ ପିଛା ୧,୦୯୬ ଟଙ୍କା ବୃଦ୍ଧି ଘଟିଛି। କୌତୂହଳର ବିଷୟ ହେଉଛି ଗୋଟିଏ ଦିନର କାରବାରରେ ରୁପା ମୂଲ୍ୟରେ କିଲୋ ପିଛା ୧୦୯୬ ଟଙ୍କା ବୃଦ୍ଧି ହୋଇଛି। ଶିଳ୍ପ ସଂସ୍ଥାଗୁଡିକ ଏବଂ କଏନ୍ ନିର୍ମାତାଙ୍କ ମଧ୍ୟରେ ଚାହିଦାରେ ହ୍ରାସ ଯୋଗୁ ରୁପା ମୂଲ୍ୟରେ କିଲୋ ପିଛା ୧୦୯୬ ଟଙ୍କା ବୃଦ୍ଧି ଘଟି ୪୭,୯୫୭ ଟଙ୍କା ତଳକୁ ଖସିଆସିଛି। ତେବେ ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଫଳରେ ସୁନା ଦର ବଢିଥିବା କୁହାଯାଇଛି।