ସୁନା ୩୯୦ ଟଙ୍କା, ରୁପା ୧୦୫୦ ଟଙ୍କା ଖସିଲା
ନୂଆଦିଲ୍ଲୀ : ବିଶ୍ୱ ବଜାରରେ କାରବାର ମାନ୍ଦା ରହିବା ଏବଂ ଗହଣା ନିର୍ମାତାଙ୍କ ନିକଟରେ ଚାହିଦାରେ ହ୍ରାସ ଯୋଗୁ ଆଜି ଘରୋଇ ବଜାରରେ ଉଭୟ ସୁନା ଏବଂ ରୁପା ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ଘଟି ୩୧,୮୦୦ ଟଙ୍କାରେ ପହଞ୍ଚି ୩୨,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି। ସେହିଭଳି ରୁପା ମୂଲ୍ୟରେ ଶନିବର ବୃହତ୍ ହ୍ରାସ ଘଟିଛି। ରୁପା ମୂଲ୍ୟରେ କିଲୋ ପିଛା ୧,୦୫୦ ଟଙ୍କା ହ୍ରାସ ଘଟି ୪୧,୩୫୦ ଟଙ୍କା ହୋଇଛି। ଫଳରେ ଏହା ୪୨,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି। ତେବେ ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ଏହାର ଅନ୍ୟତମ କାରଣ। ନ୍ୟୁୟର୍କଠାରେ ସୁନା ମୂଲ୍ୟରେ ଆଉନ୍ସ ପିଛା ୧.୭୭% ହ୍ରାସ ଘଟି ୧୨୭୮.୯୦ ଡଲାର ଏବଂ ରୁପା ଆଉନ୍ସ ପିଛା ୩.୪୪% ହ୍ରାସ ଘଟି ୧୬.୫୪ ଡଲାରରେ ପହଞ୍ଚିଛି।