ଗୋଲ୍ଡକୋଷ୍ଟ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ଉତ୍କର୍ଷର ଧାରା ଅବ୍ୟାହତ ରହିଛି। ଆଜି ଚତୁର୍ଥ ଦିନରେ ଭାରତୀୟ କ୍ରୀଡ଼ାବିତ୍ମାନେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ସହିତ ମୋଟ ୪ଟି ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ମହିଳା ଭାରୋତ୍ତୋଳନ ୬୯ କେଜି ବର୍ଗରେ ପୁନମ ଯାଦବ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହିତ ୧୦ ମି ମହିଳା ବନ୍ଧୁକ ଚାଳନାରେ ମନୁ ଭାସ୍କର ସ୍ୱର୍ଣ୍ଣ ପଦକ ଓ ହିନା ସିନ୍ଧୁ ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ୧୦ ମି ବନ୍ଧୁକ ଚାଳନାରେ ରବି କୁମାର କାଂସ୍ୟ ପଦକ ଜିତିଛନ୍ତି। ଏ ପର୍ଯ୍ୟନ୍ତ ଆଜିର ପଦକୁ ମିଶାଇ ଭାରତ ୬ ସ୍ୱର୍ଣ୍ଣ ପଦକ ସହିତ ମୋଟ ୧୦ଟି ପଦକ ଜିତିଛି।
Popular Categories



