www.samajalive.in
Monday, December 8, 2025
14.1 C
Bhubaneswar

ଚର୍ଚ୍ଚାରେ ଦରିଦ୍ର ଗୋଲକଙ୍କ ମହତ କାର୍ଯ୍ୟ,ପକେଟ ଖାଲି; ହୃଦୟ ଖୋଲା

ନୟାଗଡ଼: ସେ ଦରିଦ୍ର ହୋଇପାରନ୍ତି; କିନ୍ତୁ ହୃଦୟ ତାଙ୍କର ବିଶାଳ। ନିଜେ ଅସହାୟ; ତେବେ ଅନ୍ୟକୁ ସହାୟତା କରିବା ପାଇଁ ସର୍ବଦା ଆଗଭର। ନିଜର ଘର ଖଣ୍ଡିଏ ନ ଥିବାରୁ ଅନ୍ୟ ପିଣ୍ଡାରେ ରାତ୍ରିଯାପନ କରୁଥିବା ଏହି ବ୍ୟକ୍ତି ଜଣକ ଅନ୍ୟର ଘର ସମ୍ମୁଖକୁ ଓଳାଇ ସଫା ସୁତୁରା କରିବାରେ ସାମାନ୍ୟ କାର୍ପଣ୍ୟ ପ୍ରକାଶ କରନ୍ତି ନାହିଁ। ଜନସେବାରେ ନିଜକୁ ଉତ୍ସର୍ଗ କରିଥିବା ଏହି ଯୁବକ ହେଲେ ନୟାଗଡ଼ ଜିଲା ଫତେଗଡ଼ ଗ୍ରାମ ଗୋଲକ ଓଝା (୩୫)। ଗୋଲକ କେବଳ ଜଣେ ଭୂମିହୀନ ନୁହନ୍ତି; ବାସହୀନ ମଧ୍ୟ। ବସ୍‌ରେ ହେଲ୍‌ପର ଭାବେ କାମ କରନ୍ତି। ଜମିବାଡ଼ି ଘରଦ୍ୱାର ନ ଥିବାରୁ ତାଙ୍କୁ ପାତ୍ରୀଟିଏ ମିଳୁନାହିଁ ବୋଲି ସେ କୁହନ୍ତି। ତଥାପି ତାଙ୍କ ଠାରେ ଜନସେବା କରିବା ନିଶା କମ୍ ନାହିଁ। ସେ ଗାଁକୁ ଆସିଲେ ଗାଁ ସାରା ପଡ଼ିଥିବା ମଇଳା ଦେଖି ତାଙ୍କ ମନ ବ୍ୟଥିତ ହୋଇଥାଏ। ସାହିଗୁଡ଼ିକ ଆବର୍ଜନାରେ ଭର୍ତ୍ତି ହୋଇଥିବା ଦେଖି ମର୍ମାହତ ହୁଅନ୍ତି।
ଭାପୁର ବ୍ଲକର ଫତେଗଡ଼ ପରି ବିଶାଳ ଗାଁଟିର ଆବର୍ଜନା ସଫା କରିବାକୁ ତାଙ୍କୁ କେହି ଶାରୀରିକ ବା ଆର୍ଥିକ ସହାୟତା ଦିଅନ୍ତି ନାହିଁ। ଏଥିରେ ସେ ଭାଙ୍ଗି ନ ପଡ଼ି ଜଣେ ମୂଲିଆକୁ ଦୈନିକ ୨୫୦ଟଙ୍କା ମଜୁରି ଦେଇ ତା’ ସହିତ ଦିନସାରା ସାହିକୁ ସାହି ବୁଲି ଅଳିଆ ସଫା କରିନ୍ତି।
ଗାଣ୍ଡୁଆରେ କୁଢ଼ କୁଢ଼ ମଇଳାକୁ ମୁଣ୍ଡାଇ ଅନ୍ୟତ୍ର ପକାଇଥାନ୍ତି। ଗୋଲକଙ୍କ ଏଭଳି ଜନହିତକର କାର୍ଯ୍ୟ କେବଳ ଫତେଗଡ଼ ଗାଁ ନୁହେଁ; ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ଏଭଳି ଜଣେ ସମାଜସେବୀ ଦରିଦ୍ର ଯୁବକଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ। ଫଳରେ ଗାଁକୁ ଆସିଲେ ଅନ୍ୟ ପିଣ୍ଡାରେ ଶୀତ କାକରରେ ମୁଣ୍ଡ ଗୁଞ୍ଜିଥାନ୍ତି ଗୋଲକ। ପକେଟ ଖାଲି; କିନ୍ତୁ ହୃଦୟ ଖୋଲା ଏହି ମଣିଷଟି ଜିଲାର ଅନ୍ୟ ଯୁବକ ଓ ସ୍ୱେଚ୍ଛାସେବୀମାନଙ୍କ ନିମନ୍ତେ ପ୍ରେରଣାଦାୟୀ ହୋଇଛନ୍ତି। ଆଜିର ଆତ୍ମପ୍ରଚାର ଯୁଗରେ ନିଜକୁ ପ୍ରଚାରଠାରୁ ଦୂରରେ ରଖିଛନ୍ତି ଏହି ଉତ୍ସର୍ଗୀକୃତ ଜନସେବୀ।
ପକେଟ ଖାଲି…

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories