www.samajalive.in
Sunday, December 7, 2025
23.1 C
Bhubaneswar

ଗୋବିନ୍ଦ ପଇଦା ହତ୍ୟା ଘଟଣାରେ ଆସାମୀକୁ କୋର୍ଟଚାଲାଣ କଲା ପାଟଣା ପୁଲିସ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଗୋବିନ୍ଦ ପଇଦା ହତ୍ୟା ଘଟଣାରେ ଆସାମୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପାଟଣା ପୁଲିସ।  କରଞ୍ଜିଆପଡା ଶାଳ ଜଙ୍ଗଲରୁ ଗତ ରବିବାର ସକାଳୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ଶବ ଉଦ୍ଧାର କରାଯାଇଥିଲା। ମୃତ ଯୁବକ ଜଣକ ତେଣ୍ଡରା ପଞ୍ଚାୟତ ନୂଆଗାଁ ଗ୍ରାମର ଗୋବିନ୍ଦ ପଇଦା ଓରଫ ଗାଡୁ ବୋଲି ଜଣାପଡିଥିଲା। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ପାଟଣା ପୁଲିସ ଘଟଣାର ତଦନ୍ତ କରିବା ସହ ମୃତକର ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲେ। ପାଟଣା ଥାନା ସବ୍ଇନ୍ସପେକ୍ଟର ଶିବଶଙ୍କର ଆଲଦା ଘଟଣା ତଦନ୍ତ କରି ଗୋବିନ୍ଦ ପଇଦାକୁ ହତ୍ୟା ଘଟଣାର ଆସାମୀ କରଞ୍ଜିଆପଡାର ବସନ୍ତ ଦେହୁରୀ (୪୦)କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛନ୍ତି । ବସନ୍ତଙ୍କ ସାଇକେଲଟି ଗୋବିନ୍ଦ ନେଇ ଫେରାଇ ନଥିବାରୁ ନିଶାସକ୍ତ ଅବସ୍ଥାରେ ଝଗଡା ଓ ମୁଥ ମାଡରୁ ଗୋବିନ୍ଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories