ଆପଣାନ୍ତୁ ଏହି ଉପାୟ ଦୂର ହେବ ମୁହଁର ସମସ୍ତ ଦାଗ

ବହୁ ସମୟରେ ତ୍ୱଚାରେ ଥିବା ବିଭିନ୍ନ ଦାଗ କାରଣରୁ ମୁହଁର ସୌନ୍ଦର୍ଯ୍ୟ ହ୍ରାସ ହୋଇଥାଏ। ଏହାକୁ ମୁହଁରୁ ଦୂର କରିବା ପାଇଁ ସଭିଏଁ ଭିନ୍ନ ଭିନ୍ନ ଦାମୀ କ୍ରିମର ମଧ୍ୟ ବ୍ୟବହାର କରିଥାଆନ୍ତି। ମାତ୍ର କିଛି ଘରୋଇ ଉପାୟ ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ନିଜର ପିଇବା ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବା ଦ୍ୱାରା ମୁହଁରେ ଥିବା ବିଭିନ୍ନ ଦାଗରୁ ମୁକ୍ତି ମିଳିଥାଏ। ଜାଣନ୍ତୁ ତାହା କ’ଣ….
ମହୁ – ପିଇବା ପାଣିରେ ନିୟମିତ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ମୁହଁ ଚର୍ମ ନରମ ହେବା ସହ ଚମିକ ଥାଏ।
ପୁଦିନା ପତ୍ର-
ପୁଦିନା ପତ୍ରର ପାଣି ପିଇବା ଦ୍ୱାରା ପେଟ ସଫା ହୋଇଥାଏ। ରକ୍ତ ପରିଷ୍କାର କରିଥାଏ। ଫଳରେ ମୁହଁରେ ଦାଗ ଦୂର ହୋଇଥାଏ।
ଡ଼ାଲଚିନି –
ପାଣିରେ ଅଳ୍ପ ଡ଼ାଲଚିନି ଗୁଣ୍ଡ ପକାଇ ଏହାକୁ ଫୁଟାଇ ଦିଅନ୍ତୁ। ଏହା ପରେ ଏହାକୁ ଛାଣି ଦେଇ ପିଅନ୍ତୁ। ଏହା ମୁହଁର ବିଭିନ୍ନ ଦାଗକୁ ଦୂର କରିବା ସହ ମୁହଁ ଉଜ୍ୱଳ କରିଥାଏ।
ଲେମ୍ବୁ ରସ –
ପିଇବା ପାଣିରେ କିଛି ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିବା ସହ ଦୂଷିତ ପଦାର୍ଥ ଶରୀରରୁ ବାହାର କରି ଦେଇଥାଏ। ଫଳରେ ମୁହଁର ଦାଗ ମଧ୍ୟ ଦୂର ହୋଇଥାଏ।
ଲିଚୁ –
ପିଇବା ପାଣିରେ ଲିଚୁର ରସ ମିଶାଇ ପିଇବା ଦ୍ୱାରା ମଧ୍ୟ ଏହା ମୁହଁର ସମସ୍ତ ଦାଗକୁ ଦୂର କରିଥାଏ। ଏଥିରେ ଥିବା ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ମୁହଁର ରଙ୍ଗ ଗୋରା କରିଥାଏ।

Comments are closed.