ନୂଆଦିଲ୍ଲୀ: ଆଗାମୀ ୪୮ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱର ଇଣ୍ଟରନେଟ ସେବା ବନ୍ଦ ହେବାର ସମ୍ଭାବନା ରହିଛି। ରୁଷିଆ ଟୁଡେର ଏକ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ବ୍ୟବହାରକାରୀଙ୍କୁ କନେକସନ ଏରର ମ୍ୟାସେଜ ମିଳିବାର ସମ୍ଭାବନା ରହିଛି ଆଗାମୀ ୪୮ଘଣ୍ଟା ମଧ୍ୟରେ।
ଦି ଇଣ୍ଟରନେଟ୍ ଅର୍ପୋରେସନ ଅଫ ଏସାଇନ୍ଡ଼ ନେମ୍ସ ଆଣ୍ଡ ନମ୍ବର (ଆଇସିଏଏନଏନ) ଦ୍ୱାରା କ୍ରିପ୍ଟୋଗ୍ରାଫିକ କିଜରେ ପରିବର୍ତ୍ତନ ଓ ରକ୍ଷଣାବେକ୍ଷଣ କରିବାର କାର୍ଯ୍ୟକ୍ରମ ହେତୁ ଏଭଳି ଅସୁବିଧାର ସମ୍ଭାବନା ଦେଖା ଦେଇଛି। କ୍ରିପ୍ଟୋଗ୍ରାଫିକ କିଜରେ ପରିବର୍ତ୍ତନ ହେତୁ ଇଣ୍ଟରନେଟ ଆଡ୍ରେସ ବୁକ୍, ନେମ ସିଷ୍ଟମ(ଡିଏନଏସ)କୁ ସୁରକ୍ଷିତ କରିବା ନିମନ୍ତେ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ନିକଟ ଦିନରେ ବର୍ଦ୍ଧିତ ସାଇବର କ୍ରାଇମକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଉଛି।
କମ୍ୟୁନିକେସନ ରେଗୁଲାଟାରୀ ଅଥରିଟି ଦ୍ୱାରା ମିଳିଥିôôବା ସୂଚନା ଅନୁଯାୟୀ ଯଦି ଇଣ୍ଟରନେଟ ଉପଲବ୍ଧ କରୁଥିବା ସଂସ୍ଥା ଏହି ପରିବର୍ତ୍ତନ ପାଇଁ ପୂର୍ବ ପ୍ରସ୍ତୁତି କରି ନଥିବ ତେବେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେବାର ସମ୍ଭବନା ରହିଛି। ଏହାର ପ୍ରଭାବରେ ଇଣ୍ଟରନେଟ ଉପଭୋକ୍ତା ୱେବ ପେଜ ଖୋଲିବା ଓ ଏଥିରେ ନେଣଦେଣ କରିବାରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
୪୮ଘଣ୍ଟା ମଧ୍ୟରେ ସମଗ୍ର ବିଶ୍ୱରେ ବନ୍ଦ ହୋଇପାରେ ଇଣ୍ଟରନେଟ ସେବା
Popular Categories



