www.samajalive.in
Saturday, December 6, 2025
17.1 C
Bhubaneswar

ଭୋଟ ଦିଅ, ରିହାତି ନିଅ; ଓଡ଼ିଶାର ଏହି ସହରରେ ମିଳୁଛି ସୁବିଧା

ମତଦାନ ହାର ବୃଦ୍ଧି କରିବା ପାଇଁ ବ୍ୟବସାୟୀମାନେ ନେଇଛନ୍ତି ଅଭିନବ ପଦକ୍ଷେପ। ଭୋଟ ଦେଲେ ଲୋକଙ୍କୁ ବିଭିନ୍ନ ସାମଗ୍ରୀରେ ଦେଉଛନ୍ତି ରିହାତି। ସମ୍ବଲପୁର ଜିଲା ପ୍ରଶାସନ ଉଦ୍ୟମରେ ସମ୍ବଲପୁର ବ୍ୟବସାୟୀବର୍ଗ ଏହି ପ୍ରୟାସ ଆରମ୍ଭ କରିଛନ୍ତି। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ଜବରଦସ୍ତ ଅଫର ଦେବାକୁ ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସବୁଠି ପୋଷ୍ଟର ଲଗାଯାଇଛି। ଏହି ଅଫରର ଲାଭ ସମ୍ବଲପୁର ଆଖପାଖ ଅଂଚଳରୁ ବଜାରକୁ ଆସୁଥିବା ଭୋଟରଙ୍କୁ ମଧ୍ୟ ମିଳିବ । ଏଥିପାଇଁ ସମ୍ବଲପୁରର ବିଭିନ୍ନ ବଜାରରେ ‘ଭୋଟ୍ ଦେବାକୁ ଆସ, ଡିସକାଉଣ୍ଟ ନିଅ’ପୋଷ୍ଟର ଦେଖିବାକୁ ମିଳୁଛି । ଏ ନେଇ ସମ୍ବଲପୁର ଜିଲା ପ୍ରଶାସନ ଓ ବ୍ୟବସାୟୀ ମହଲ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳର ଭୋଟରମାନେ ମତଦାନ ପରେ ସମ୍ବଲପୁର ବଜାରରେ ପହଞ୍ଚି କିଣାକିଣି କଲେ ସେମାନଙ୍କୁ ଭିନ୍ନ ଭିନ୍ନ ସାମଗ୍ରୀ ରିହାତି ମୂଲ୍ୟରେ ଦିଆଯାଉଛି।

ଗତ ୫ଟି ପର୍ୟ୍ୟାୟ ମତଦାନ ଧାରାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହା ଦ୍ୱାରା କେବଳ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ନାହିଁ, ବରଂ ସମ୍ବଲପୁରରେ ମତଦାନ ହାର ମଧ୍ୟ ବୃଦ୍ଧି ପାଇବ । ସମ୍ବଲପୁରର ସମସ୍ତ ଭୋଟରଙ୍କୁ ବଜାରରେ ବିଭିନ୍ନ ଜିନିଷ ଉପରେ ରିହାତି ଅଫର ଦିଆଯିବ ବୋଲି ବ୍ୟବସାୟୀମାନେ ନିଷ୍ପତ୍ତି ନେଇଛନ୍ତି। ଖାଦ୍ୟପେୟ, ଶପିଂ, ପେଟ୍ରୋଲ ଏବଂ ଡିଜେଲ ଭର୍ତ୍ତି, କୌଣସି ଡାକ୍ତରୀ ପରୀକ୍ଷା ହେଉ, ଗହଣା କିଣିବା ହେଉ କିମ୍ବା ପ୍ରସାଧନ ସାମଗ୍ରୀ ସବୁ ଉପରେ ରିହାତି ମିଳିବ । ଜିଲା ପ୍ରଶାସନର ୱେବସାଇଟ୍ ଓ ସାମାଜିକ ଗଣମାଧ୍ୟମକୁ ଯାଇ ଲୋକମାନେ ଏ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories