ଭବାନୀପାଟଣା : ସରକାରୀ କାର୍ଯ୍ୟର ସ୍ୱଚ୍ଛତା ପାଇଁ ସବୁ କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ଲଗାଇବାକୁ ସରକାର ନିୟମ କରିଛନ୍ତି। କିନ୍ତୁ ସଂପ୍ରତି ସହର ମଧ୍ୟରେ ବିଭିନ୍ନ ବିଭାଗ ଏବଂ ନଗରପାଳିକା ପକ୍ଷରୁ ଅନେକ ନିର୍ମାଣ କାର୍ଯ୍ୟ ହେଉଛି। ଅଥଚ ଅଧିକାଂଶ ସ୍ଥାନରେ ସୂଚନା ଫଳକଟିଏ ନାହିଁ। ଫଳରେ ସରକାରୀ ନିୟମକୁ ବିଭାଗ ଗୁଡିକ ଗୁରୁତ୍ଵ ଦେଉନଥିବା ପରିଲକ୍ଷିତ ହେଉଛି।
ଉଲ୍ଲେଖ ଯୋଗ୍ୟ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା, ଲୋକଙ୍କ ନିକଟରେ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ସମସ୍ତ କାର୍ଯ୍ୟସ୍ଥଳୀରେ ସୂଚନା ଫଳକ ବାଧ୍ୟତାମୂଳକ କରାଯାଇଛି।
ଅଥଚ କଳାହାଣ୍ଡି ଜିଲ୍ଲା ମହକୁମାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ କିଛି ମାସ ଧରି ସହରର ବିଭିନ୍ନ ରାସ୍ତାରେ ପିଚୁ କାମ ହେଇଛି। ଅଥଚ ଅଧିକାଂଶ ରାସ୍ତାରେ ସୂଚନା ଫଳକଟିଏ ନାହିଁ।
ସହରର ଇରିଗେଶନ କଲୋନୀ, ଷ୍ଟାଚୁ ଛକ, ଜେଲଖନା ଛକ, ପୁରୁଣା ପଡା ଗାୟତ୍ରୀ ମନ୍ଦିର ଛକରୁ ସ୍କୁଲ ଛକ, ସ୍କୁଲ୍ ଛକରୁ ଶମ୍ଭୁନଗର ତ୍ରିନାଥ ମନ୍ଦିର, ତ୍ରିନାଥ ମନ୍ଦିର ଠାରୁ ମାଲସୁ କିରାନା ଦୋକାନ ରାସ୍ତା, ନାଲି ଆଦି ବିନା ସୂଚନା ଫଳକରେ ଚାଲିଛି। ପୁଣି ପୁରୁଣା ପଡାର ଦୁଇଟି ପୋଖରୀ କାମ ମଧ୍ୟ ବିନା ସୂଚନା ଫଳକରେ ଚାଲିଛି। ସହରର ଆଶା ସାଗରର ସୌନ୍ଦର୍ୟ୍ୟ କରଣ ପାଇଁ ପୋଖରୀ ଖନନ ଚାଲିଛି। ଗତ ନଭେମ୍ବର ମାସରୁ ଏହି କାମ ଚାଲିଛି।
ବିଶ୍ଵସ୍ତ ସୂତ୍ର ଅନୁଯାୟୀ ପ୍ରାୟ ୬ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କାର କାମ ହେଉଛି। ପ୍ରାୟ ୭୫ ଏକର ଜାଗା ପରିମିତ ଜାଗାରେ ଆଶା ସାଗର ବ୍ୟାପିଛି। କିନ୍ତୁ ଅଳ୍ପ କିଛି ଜାଗାରେ କାମ ଚାଲିଛି। କାହାର ବ୍ୟକ୍ତି ଗତ ସ୍ବାର୍ଥ ସାଧନ ପାଇଁ କାମ ଗୁଡ଼ିକ ହେଉଛି ବୋଲି ସାଧାରଣ ପ୍ରଶ୍ନ ସୃଷ୍ଟି ହେଉଛି।
ସହରରେ ନିର୍ମାଣ କାମ; ନାହିଁ ସୂଚନା ଫଳକ, ଅନ୍ଧାରରେ ଲୋକ
Popular Categories



