www.samajalive.in
Sunday, December 7, 2025
26.1 C
Bhubaneswar

କାଳ ହେଲା ବିବାହ ଭୋଜି – ବିଦ୍ୟୁତ୍ ଆଘାତରେ ବାଳିକା ମୃତ

କଲମପୁର (ରବୀନ୍ଦ୍ର ମିଶ୍ର): କଲମପୁର ବ୍ଲକ ଦେପୁର ଗ୍ରାମରେ ହେଇଥିବା ଏକ ବିବାହ ଭୋଜି ଖାଇବାକୁ ଆସିଥିବା ଜନୈକା ବାଳିକା ବିଦ୍ୟୁତ୍ ଆଘାତ ଯୋଗୁଁ ମୃତ୍ୟୁ ବରଣ କରିବା ଭଳି ଅଘଟଣ ସମଗ୍ର କଲମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ସୁଚନା ଅନୁସାରେ ଦେପୁର ଗ୍ରାମର ଜୟ କୃଷ୍ଣ ବାଗଙ୍କ ପୁଅ ପୁନମର ଗତ ମଙ୍ଗଳବାର ଦିନ ଧର୍ମଗଡ ଅଧିନସ୍ଥ ରାଜମୋଟେର ଠାରେ ଅନୁଷ୍ଠିତ ହେଇଥିଲା। ବୁଧବାର ଦିନ ମଧ୍ୟାହ୍ନ ରେ ଦେପୁରଗ୍ରାମରେ ବିବାହ ଭୋଜି ଚାଲିଥିଲା। ଅତିଥିମାନେ ଭୋଜି ଖାଇ ଫେରୁଥିବା ବେଳେ ହଠାତ୍ ଥୁଆମୁଳ ରାମପୁର ପୋଇଗୁଡା ଗ୍ରାମର ଧନୁର୍ୟ୍ୟ ବିଷିଙ୍କ ୧୩ ବର୍ଷିୟ ଝିଅ ଯାମିନୀ ସେଣ୍ଟ ଷ୍ପ୍ରେୟର (କୁଲର) ରେ ହାତ ଦେଇଥିଲା। ଉକ୍ତ ସେଣ୍ଟ ଷ୍ପ୍ରେୟରରେ କୌଣସି କାରଣରୁ ବିଦ୍ୟୁତ୍ ସଟ ସର୍କିଟ ହେଇଥିବାରୁ ବାଳିକାକୁ ବିଦ୍ୟୁତ୍ ଆଘାତ ଲାଗିଥିଲା।

ଏହି ବିଦ୍ୟୁତ୍ ଆଘାତ ଯୋଗୁଁ ବାଳିକାଟି ଗୁରୁତର ହେଇଥିଲା। ତୁରନ୍ତ ତାକୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବାଳିକାଟିକୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ବନ୍ଧରେ ପୁଲିସକୁ ସୁଚନା ଦିଆଯିବ ପରେ ପୁଲିସ ଶବ ଜବତ କରି ବ୍ୟବେଚ୍ଛଦ ପାଇଁ ଜୟପାଟଣାା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଶବ ବ୍ୟବେଚ୍ଛଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories