ଭାଲୁ ଆକ୍ରମଣରେ ଶିଶୁକନ୍ୟା ଗୁରୁତର

0

ନୀଳଗିରି: ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ନିକଟସ୍ଥ ଆମ୍ବଝର ଗ୍ରାମରେ ଭାଲୁ ଆକ୍ରମଣରେ ଶିଶୁକନ୍ୟା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଟି ଇନ୍ଦୁ ସିଂଙ୍କ ଝିଅ ବନିତା(୭)। ସକାଳ ୯ଟା ସମୟରେ ବନିତା ଘର ଅଗଣାରେ ଖେଳୁଥିଲା। ସେହି ସମୟରେ ଅଭୟାରଣ୍ୟରୁ ଏକ ଭାଲୁ ଅଗଣାକୁ ପଶି ଆସି ଶିଶୁଟିକୁ ଆକ୍ରମଣ କରି କ୍ଷତାକ୍ତ କରି ଦେଇଥିଲା। ଚିତ୍କାର ଶୁଣି ପରିବାର ଲୋକ ଆସିବାରୁ ଭାଲୁଟି ସେଠାରୁ ପଳାଇଥିଲା। ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply