www.samajalive.in
Saturday, December 6, 2025
14.1 C
Bhubaneswar

ଗିରୀଶ ମୁର୍ମୁ ଜାମ୍ମୁ-କାଶ୍ମୀର ଓ ଆର. କେ. ମାଥୁର ଲଦାଖ ଉପରାଜ୍ୟପାଳ ଭାବେ ଶପଥ ନେଲେ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡ଼ିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିଟ୍ଟଲ ପଦ ଓ ଗୋପନୀୟତାର ସହିତ ତାଙ୍କୁ ଶପଥ ପାଠ କରାଇଥିଲେ। ୧୯୮୫ ବ୍ୟାଚ୍‌ ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ ଅଧିକାରୀ ଗିରୀଶଙ୍କ ଘର ମୟୂରଭଞ୍ଜ ଜିଲା ବେତନଟୀ ଅଞ୍ଚଳରେ। ସୂଚନାଯୋଗ୍ୟ, ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ଵାସୀ ଅଧିକାରୀମାନଙ୍କ ମଧ୍ୟରେ ଗଣାଯାଆନ୍ତି। ସେଥିଲାଗି ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସଚିବ ପଦବୀ ଦିଆଯାଇଥିଲା। ମୋଦୀ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ମୁର୍ମୁ ତାଙ୍କ ପ୍ରଧାନ ସଚିବ ଥିଲେ।

ସେହିପରି ଜାମ୍ମୁ-କାଶ୍ମୀରରୁ ଅଲଗା ହୋଇ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଶପଥ ନେଇଛନ୍ତି। ମାଥୁରଙ୍କୁ ମଧ୍ୟ ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ଏବଂ ଗୋପନୀୟତା ସହ ଶପଥପାଠ କରାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories