www.samajalive.in
Friday, December 5, 2025
26.1 C
Bhubaneswar

କୋମଳ ଓ ଉଜ୍ଜ୍ୱଳ ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଉଜ୍ଜ୍ୱଳ , ସୁସ୍ଥ ଓ କୋମଳ ତ୍ୱଚା ସଭିଁଙ୍କୁ ବେଶ ପସନ୍ଦ। ଏପରି ତ୍ୱଚା ପାଇବା ପାଇଁ ସଭିଏଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହା ବ୍ୟତୀତ ଅନ୍ୟ କିଛି ସରଳ ଓ ଘରୋଇ ଉପାୟ ବିଷୟରେ ଜାଣନ୍ତୁ, ଯାହାକୁ ବ୍ୟବହାର କରି ମୁହଁକୁ ଉଜ୍ଜ୍ୱଳ ଓ କୋମଳ କରିପାରିବେ।
ଭିଟାମିନ – ଇ ତେଲ, ଗ୍ଲିସରିନ କିମ୍ବା ଭେସଲିନକୁ ମିଶାଇ ମୁହଁରେ ଓ ସମ୍ଭବତଃ ବେକରେ, ହାତରେ , ଗୋଡ଼ରେ ସ୍ନାନ କରିବା ପୂର୍ବରୁ ଭଲ ଭାବେ ମାଲିସ କରନ୍ତୁ। ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ଓ କୋମଳ ହୋଇଥାଏ। ଶୁଷ୍କପଣ ଦୂର ହୋଇଥାଏ।
ନଡ଼ିଆ ତେଲ କେଶ ଓ ତ୍ୱଚା ପାଇଁ ବେଶ ଲାଭଦାୟକ। ଏକ ପାତ୍ରରେ ୩ ଚାମଚ ନଡ଼ିଆ ତେଲରେ, ୧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ସ୍ନାନ କରିବା ପୂର୍ବରୁ ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ରଖନ୍ତୁ। ଏହାପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବା ସହ କଳାପଣ ଦୂର ହୋଇଥାଏ।
ଏକ ପାତ୍ରରେ ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ, ଆଖୁ ରସ  ମିଶାଇ ଦିଅନ୍ତୁ। ଏହାକୁ ତ୍ୱଚା ଓ ଶରୀରର ସମସ୍ତ ସ୍ଥାନରେ ଲଗାଇ ୫ ମିନିଟ ମାଲିସ କରନ୍ତୁ। ୧୫ ମିନିଟ ପରେ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ।
ଏକ ପାତ୍ରରେ ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଓଟସ, ୧ ଚାମଚ କ୍ଷୀର ଅଳ୍ପ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସ୍ନାନ କରିବା ପୂର୍ବରୁ ଏହାକୁ ଲଗାଇ ୫ ମିନିଟ ମାଲିସ କରନ୍ତୁ। ଏହାପରେ ସ୍ନାନ କରନ୍ତୁ। ଏହା ତ୍ୱଚାକୁ ଖୁବ କୋମଳ ଓ ଗୋରା କରିଥାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories