www.samajalive.in
Saturday, December 6, 2025
26.1 C
Bhubaneswar

ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ଅଦା

ଅଦାକୁ ସୁପରଫୁଡ ବୋଲି କୁହାଯାଇଛି। ଏହାକୁ ସମସ୍ତ ତରକାରୀରେ ବ୍ୟବହାର କରାଯାଇଥାଏ। ଚା’ର ସ୍ବାଦ ବଢାଇବା ପାଇଁ ଓ ଥଣ୍ଡା କାଶରୁ ରକ୍ଷା କରିବା ପାଇଁ ଏହାର ମଧ୍ୟ ବ୍ୟବହାର କରାଯାଇଥାଏ। ଅଦାରେ ଭିଟାମିନ୍ ସମେତ ଅନେକ ଔଷଧୀୟ ଗୁଣ ରହିଛି। ଗର୍ଭାବସ୍ଥା ସମୟରେ ଅଦା ଖାଇବା ଦ୍ବାରା ଅନେକ ଲାଭ ମିଳିଥାଏ।

ଗର୍ଭବତୀ ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ। ଅନେକ ପ୍ରକାର ରୋଗର ମଧ୍ୟ ବଶବର୍ତ୍ତୀ ହେବାକୁ ପଡିଥାଏ। ଏହାଦ୍ବାରା ଗର୍ଭବତୀ ମହିଳାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ। ଏହାଦ୍ବାରା ମହିଳାମାନଙ୍କୁ ଥଣ୍ଡା, କାଶ, ତଣ୍ଟି ଦରଜ, ମୁଣ୍ଡ ବିନ୍ଧା ପରି ଅନେକ ସମସ୍ୟା ହୋଇଥାଏ। ଏହି କ୍ଷେତ୍ରରେ ଅଦା ବ୍ୟବହାର କରିବା ଲାଭଦାୟକ ହୋଇଥାଏ। ଅଦାରେ ପ୍ରାକୃତିକ ଗୁଣ ରହିଛି। ଏହାକୁ ଗର୍ଭବତୀ ମହିଳାମାନେ ଖାଇବା ଦ୍ବାରା ମା ଓ ଗର୍ଭସ୍ଥ ଶିଶୁର କୌଣସି କ୍ଷତି ହୋଇନଥାଏ।

- Advertisement -

ଅଦା ଖାଇବାର ଲାଭ :

ଅଦା ଗର୍ଭବତୀ ମହିଳାମାନଙ୍କୁ ସକାଳେ ହେଉଥିବା ଦୁର୍ବଳତାକୁ ଦୂର କରିଥାଏ।

ଅଦାରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଛି। ଏହା ମୁଣ୍ଡବିନ୍ଧା କମ୍ କରିଥାଏ।

ଏଥିରେ ପ୍ରାକୃତିକ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥିବାରୁ ତାହା ବାନ୍ତି ପରି ସମସ୍ୟା ଠାରୁ ଦୂରେଇ ରଖିଥାଏ।

ପେଟ ଖରାପ ହେବା ସମସ୍ୟାରୁ ଅଦା ଦୂରେଇ ରଖିଥାଏ।

ବ୍ୟବହାର କରିବାର ପ୍ରକ୍ରିୟା :

ଗର୍ଭବତୀ ମହିଳାମାନେ ଦିନକୁ ୧ ଗ୍ରାମର ଅଦା ଖାଇବା ଉଚିତ। ଏହି ଅବସ୍ଥାରେ ମହିଳାମାନେ ଅଦାରେ ପ୍ରସ୍ତୁତ ଚା ଓ ଅଦାକୁ ଚୋବାଇ ଖାଇବା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories