www.samajalive.in
Saturday, December 6, 2025
26.1 C
Bhubaneswar

ଇଭିଏମ ଖରାପ;୩ଘଣ୍ଟା ଧାଡ଼ିରେ ଛିଡ଼ା ହେଲେ ବିଜେପି ମନ୍ତ୍ରୀ ମେଘବାଲ

ନୂଆଦିଲ୍ଲୀ: ରାଜସ୍ଥାନରେ ୧୯୯ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ପ୍ରଦେଶର ବିଭିନ୍ନ କ୍ଷେତ୍ରରେ ଇଭିଏମ ଖରାପ ହେବାର ସୂଚନା ମିଳିଛି। ଇଭିଏମ ମେସିନ ଖରାପ କେବଳ ଭୋଟରଙ୍କୁ ଅସୁବିଧାର ସମ୍ମୁଖୀନ କରି ନାହିଁ ବରଂ ବିଜେପି ମନ୍ତ୍ରୀ ଅର୍ଜୁନ ରାମ ମେଘବାଲଙ୍କୁ ମଧ୍ୟ ଦୀର୍ଘ ସାଢେ ୩ଘଣ୍ଟା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେବାର ସୁଯୋଗ ମିଳିଛି। ମେଘବାଲ ସକାଳ ୮ଟାରେ ମତଦାନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ। ଇଭିଏମ ଖରାପ ଥିବାରୁ ତାଙ୍କୁ ସକାଳ ୧୧.୩୦ରେ ଭୋଟ ଦେବାର ସୁଯୋଗ ମିଳିଥିଲା।
ଅତି ସାଧାରଣ ଶୈଳୀରେ ଜୀବନ ବିତାଇବା ପାଇଁ ମୋଦୀ କ୍ୟାବିନେଟର କେନ୍ଦ୍ର ଜଳ ସଂସାଧନ ମନ୍ତ୍ରୀ ତଥା ସଂସଦୀୟ କାର୍ଯ୍ୟରେ ରାଜ୍ୟ ମନ୍ତ୍ରୀ ଅର୍ଜୁନ ମେଘବାଲ ବିକାନେର ଜିଲା ବିଦ୍ୟାଳୟରେ ତାଙ୍କ ସ୍କୁଲ ପାଠ୍ୟକ୍ରମ ସମ୍ପନ୍ନ କରିଥିଲେ। ଆଜି ସକାଳେ ତାଙ୍କୁ ଏହି ସ୍କୁଲରେ ମତଦାନ ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ମେଘବାଲ ରାଜସ୍ଥାନ ରାଜନୀତିରେ ବିଜେପିର ଦଳିତ ଚେହେରାଙ୍କ ମଧ୍ୟରୁ ଅନ୍ୟତମ। ବିକାନେରରୁ ୨୦୦୯ରେ ମେଘବାଲ ପ୍ରଥମେ ସାଂସଦ ଭାବେ ମନୋନୀତ ହୋଇଥିଲେ। ପୁଣି ୨୦୧୪ରେ ତାଙ୍କୁ ଜିତିବାର ସୁଯୋଗ ମିଳିଥିଲା। ପୂର୍ବରୁ ମେଘବାଲ ପ୍ରଶାସନିକ ସେବାରେ ନିୟୋଜିତ ଥିଲେ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories