www.samajalive.in
Monday, December 15, 2025
15.1 C
Bhubaneswar

ଗୋପବନ୍ଧୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଗୁରୁଡିଝାଟିଆ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଶତାବ୍ଦିର ଶ୍ରେଷ୍ଠ ସୁମଣିଷ । ଦୁଃଖି ରଙ୍କି ଓ ମୂର୍ମୂଷୁ ଜନତାଙ୍କ ହୃଦୟର ଭାଷା ଓ ଆଖିର ଲୁହକୁ ପୋଛି ସେମାନଙ୍କ ଦୁଃଖ ମୋଚନ କରିବା ସହ ନିଜ ଭିତରେ ସେମାନଙ୍କୁ ଦେଖିପାରୁଥିଲେ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ପୂଣ୍ୟାତ୍ମାଙ୍କ ଶ୍ରାଦ୍ଧ ଉତ୍ସବ ପରୀପ୍ରେକ୍ଷୀରେ ପାଳିତ ହେଉଥିବା ସେବା ଓ ସେବକ ସପ୍ତାହରେ ଅନୁଷ୍ଠାନର ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଉତ୍ସବରେ ପୌରହିତ୍ୟରେ କରି କହିଥିଲେ, ବିଶିଷ୍ଟ ଜନନାୟକ, ମୁକ୍ତି ସଂଗ୍ରାମୀ, ‘ସମାଜ’ର ପ୍ରତିଷ୍ଠାତା,ସଂସ୍କାରକ, ସାହ୍ୟିତିକ ,ଲୋକ ସେବକ ମଣ୍ଡଳର ପ୍ରଥମ ଉପାଧ୍ୟକ୍ଷ ,ପୂଣ୍ୟଶ୍ଲୋକ ଗୋପବନ୍ଧୁ ଦାସ ପ୍ରତିଟି ଉତ୍କଳୀୟଙ୍କ ହୃଦୟର ମଣିଥିଲେ। ଶିକ୍ଷା, ସଂସ୍କୃତି,ସେବା, ସାହିତ୍ୟ ଓ ଶିକ୍ଷା ସହିତ ଦେଶ ଗଠନରେ ନିଜକୁ ସାମିଲ କରିବା ସହ ଜାତିର ଉନ୍ନତି ଓ ମାନବ ସମାଜର ଉତଥାନ ନିମନ୍ତେ କାର୍ଯ୍ୟ କରୁଥିଲେ। ବାସ୍ତବରେ ଉତ୍କଳମଣି ଥିଲେ ନିସ୍ୱାର୍ଥପର ସେବା,ତ୍ୟାଗ ଓ ତିତୀକ୍ଷାର ଜ୍ୱଳନ୍ତ ନିଦର୍ଶନ ବୋଲି ପ୍ରଫେସର ଆନନ୍ଦ କହିଥିଲେ। ପ୍ରଫେସର ବବି ଏଡଉଇନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପୂଣ୍ୟାତ୍ମା ଗୋପବନ୍ଧୁଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଉତ୍କଳମଣିଙ୍କ ସଂପର୍କରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଶ୍ୱେତକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ମଧୁସ୍ମୀତା ଧନ୍ୟବାଦ ଅର୍ପଣକରିଥିଲେ। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ, ଅଧ୍ୟାପିକା ଜୟଶ୍ରୀ ବେହେରା, ରଞ୍ଜିତା ଦାସ, ବିକ୍ରମ କେଶରୀ ରାଉତ, ସୌଦାମିନି ସାହୁଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ମାନେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories