www.samajalive.in
Sunday, December 14, 2025
26.1 C
Bhubaneswar

ଭଙ୍ଗା ଗେଟରେ ଝୁଲୁଛି ତାଲା

ଲଡୁଗାଁ :  ରାଜ୍ୟ ସରକାର ପିଲାଙ୍କ ପଠପଢ଼ା ପାଇଁ, ଶିକ୍ଷାନୁଷ୍ଠାନ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବରେ ଏହା କିଭଳି କାମରେ ଲାଗୁଛି ତାହା ଏହି ଘନାଗୁଡ଼ା ସ୍କୁଲକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ।  କୋକସରା ବ୍ଲକ  ଲଡୁଗାଁ ପଞ୍ଚାୟତ ଘନାଗୁଡ଼ାସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ବିପଦ ସଂକୁଳ ଅବସ୍ଥାରେପାଠ ପଢୁଛନ୍ତି। ରାସ୍ତା କଡରେ ସ୍କୁଲ। ଏପଟେ ରାସ୍ତାରେ ସ୍ପିଡ ବ୍ରେକର ନ ଥିବା ବେଳେ ରାସ୍ତା ଦେଇ ନିୟମିତ ଦୃତ ଗତିରେ ଯାନବାହନ ଚଳାଚଳ  ହୋଇଥଏ। ଯେଝା କାମରେ ଦୈନନ୍ଦିନ  ଯିବାଆସିବା କରିଥାନ୍ତି। ଏପରିସ୍ଥଳେ  ଶିକ୍ଷକ ମଦ୍ୟପାନ କରି ସ୍କୁଲ ଆସି  ଶୋଇ ପଡୁଛନ୍ତି । ଏଭଳି ସ୍ଥିତିରେ ସ୍କୁଲରେ ପାଚେରୀ ନ ଥିବା ଯୋଗୁଁ ବିପଦ ସଂକୁଳ ଅବସ୍ଥାରେ ସ୍କୁଲଟି ରହିଛି । ଦୁର୍ଭାଗ୍ୟ ବଶତଃ ପିଲାମାନେ ଯଦି ଖେଳୁ ଖେଳୁ ବାହରକୁ ଚାଲିଆସନ୍ତି ଅବା କୌଣସି ଦୁର୍ଘଟଣା ଘଟେ ତେବେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ନେପୁର ସେଠୀ, ନିର ରାଉତ, ବୃନ୍ଦାବତୀ ସେଠୀ, ବିମଳା ସେଠୀ, ତିଳୋତ୍ତମା ରାଉତ ତଥା ଅନ୍ୟ ଅବିଭାବକ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ କୋଉଁଠି  ଶୌଚାଳୟକୁ  ବନ୍ଦ କରି ରଖାଯାଇଛି ତ କୋଉଠି ଭଙ୍ଗା ଗେଟରେ ତାଲା ଝୁଲୁଛି । ଶୌଚାଳୟ ବନ୍ଦ ଥିବାଯୋଗୁଁ ଶୌଚ ପାଇଁ ପିଲାମାନଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ସହ ପାଚେରୀ ନାହିଁ । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ  ସମୁଦାୟ ୪୪ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ଆବଶ୍ୟକୀୟ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଥିବା ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାମାନଙ୍କ ପ୍ରତି ଅବହେଳା କରୁଥିବା  ଅବିଭାବକ ଅଭିଯୋଗ କରିଛନ୍ତି । କେବଳ ନାମକୁ ମାତ୍ର ଚାଲିଛି ପାଠପଢା।
ଏଭଳି ପରିସ୍ଥିତିରେ ଆମର ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ କଥା ମନେପଡ଼େ।ଏହି ଯୋଜନାର ମୂଳ ଲକ୍ଷ ଥିଲା ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ । କିନ୍ତୁ ଏଭଳି ଅବସ୍ଥାରେ ସ୍କୁଲରେ ଯଦି ପିଲାଙ୍କୁ ପାଠ ପଢ଼ାଯାଏ ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ସେମାନେ କିଭଳି ପଢ଼ିବେ କିଭଳି ବଢ଼ିବେ। ଦୀର୍ଘ ବର୍ଷ ହେବ ସ୍କୁଲ ଗେଟ୍ ଭାଙ୍ଗି ଯାଇଥିବା ବେଳେ ଏବେ ଯାଏଁ  ମରାମତି ହେଉ ନାହିଁ କିମ୍ବା ସ୍କୁଲ ପାଚେରୀ ତିଆରି ହେଉ ନାହିଁ ।  ପାଖାପାଖି ୨ ବର୍ଷ ହେବ ସ୍କୁଲର ଏଭଳି ଅବସ୍ଥା ଥିବା ବେଳେ ପ୍ରଶାସନର ଦୃଷ୍ଟି ନପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଏନେଇ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories