ଗୋପବନ୍ଧୁ ନର୍ସିଂ କଲେଜରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗୁରୁଡିଝାଟିଆ : ମାଧବପୁରସ୍ଥିତ ଗୋପବନ୍ଧୁ ନର୍ସିଂ କଲେଜ ପରିସରରେ ଜାତୀୟପିତା ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲାବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ ହୋଇଛି। ନର୍ସିଂ କଲେଜ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗାନ୍ଧୀଜୀ ସର୍ବଦା ସତ୍ୟ, ଅହିଂସା ମାର୍ଗର ପୂଜାରୀ ଥିଲେ। ନାରୀଜାତିର ଉତଥାନ, ଗାଁର ବିକାଶ, ପ୍ରଦୂଷଣ ବିହୀନ ସମାଜ ଗଠନ ଓ କୁଟୀର ଶିଳ୍ପର ବିକାଶ ଦିଗରେ ଗୁରୁତ୍ୱାରୋପ କରିବା ସହ ଦେଶରେ ସାଂପ୍ରଦାୟିକ ବିହୀନ ରାମରାଜ୍ୟ ପ୍ରତିଷ୍ଠାର ଆଶାପୋଷଣ କରିବା ସହ ପରାଧିନ ଭାରତବର୍ଷକୁ ଅହିଂସା ମାଧ୍ୟମରେ ସ୍ୱାଧୀନ ଦେଇଥିଲେ ବୋଲି ଡାକ୍ତର ଶ୍ରୀ ଦାଶ କହିବା ସଂଗେ ସଂଗେ ଶାନ୍ତିର ଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଜୀ କ୍ଷମତାମୋହ ଠାରୁ ଦୂରରେ ରହି ଦେଶର ବିକାଶ କଥା ଚିନ୍ତା କରୁଥିଲେ ବୋଲି କହିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ, ଜୟଶ୍ରୀ ପ୍ରଧାନ, ଆକାଶଦୀପ ସାହୁ, ନର୍ସିଂ ବିଦ୍ୟାର୍ଥୀ ମିତାଲି ବରାଳ, ସଂଗୀତା ସାହୁ ପ୍ରମୁଖ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଉପରେ ନିଜସ୍ୱ ମତପୋଷଣ କରିଥିଲେ। ଅନନ୍ୟା ଖୁଣ୍ଟିଆ ଓ ମୋଲାଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଦ୍ଧାସଞ୍ଜିବନୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.