www.samajalive.in
Sunday, December 14, 2025
17.1 C
Bhubaneswar

ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଖୁଣ୍ଟୁଣୀ ପୁଲିସର କାର୍ଯ୍ୟାନୁଷ୍ଠାନ

ଗୁରୁଡିଝାଟିଆ :  ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଖୁଣ୍ଟୁଣୀ ପୁଲିସ ଚେଇଁ ଉଠିଛି । ଥାନାର ଉପନିରୀକ୍ଷକ ଡଃ ବିକାଶ ଚନ୍ଦ୍ର ସେଠୀ ଚଢାଉ କରି ମାଧବପୁର ଗ୍ରାମର ବିବେକାନନ୍ଦ ନାଏକଙ୍କୁ ଗିରଫ କରିବା ସହିତ ତା’ ନିକଟରୁ ୮ଖଣ୍ଡ ଆଲମୁନିୟମ ଆଙ୍ଗେଲ ଜବତ କରିଛନ୍ତି । ଏହି ଚୋରିରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ଚୋରି ସାମଗ୍ରୀ କିଣିଥିବା ଅଭିଯୁକ୍ତମାନଙ୍କୁ ଖୁବ ନିକଟରେ ଗିରଫ କରାଯିବ ବୋଲି ଖୁଣ୍ଟୁଣୀ ଥାନାର ଉପନିରୀକ୍ଷକ ଡଃ ସେଠୀ କହିଛନ୍ତି । ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରୁ ସପ୍ତାହକ ମଧ୍ୟରେ ୨ଥର ଚୋରି ହୋଇଥିଲା । ଦୁର୍ବତ୍ତମାନେ ଆଲମୁନିୟମ ଆଙ୍ଗେଲ ଓ ବିଦ୍ୟୁତ କେବୁଲ ଲୁଟିନେବାରେ ସକ୍ଷମ ହୋଇଥିଲେ। ଯାହାକି ଚିକିତ୍ସାଳୟ ସିସିଟିଭି ଦ୍ୱାରା ଉତ୍ତୋଳିତ ହୋଇଥିଲା । ଏ ସଂପର୍କରେ ଖୁଣ୍ଟୁଣୀ ଥାନାରେ ପ୍ରତିଷ୍ଠାନ ପକ୍ଷରୁ ଲିଖିତ ଅଭିଯୋଗ କରାଯିବା ସହ ସିସିଟିଭିରେ ଉତ୍ତୋଳିତ ତଥ୍ୟ ମଧ୍ୟ ପ୍ରଦାନ କରାଯାଇଥିଲା । ହେଲେ ପୁଲିସ ଅନୁଧ୍ୟାନ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଯାହା ଫଳରେ କି ଦୁର୍ବୁତ୍ତମାନେ ପୁଲିସର ଏକ ପ୍ରକାର ନିଷ୍କ୍ରିୟତାକୁ ଅନୁଭବ କରି ଗତ ସୋମବାର ବିଳମ୍ବିତ ରାତିରେ ପୁନର୍ବାର ପ୍ରତିଷ୍ଠାନ ଭିତରେ ପଶି ଆଲମୁନିୟମ ଆଙ୍ଗେଲ ଓ ବିଦ୍ୟୁତ୍ କେବୁଲ ଚୋରି କରିନେଇଥିଲେ । ଏ ସଂପର୍କରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଖୁଣ୍ଟୁଣୀ ପୁଲିସର ନିଷ୍କ୍ରିୟତା ସଂପର୍କରେ  ‘ସମାଜ’ରେ ଖବର ପ୍ରକାଶ ପାଇଥିଲା । ଫଳରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମରେ ଥାନା ଅଧିକାରୀଙ୍କ ଅନୁପସ୍ଥିତିରେ ଉପନିରୀକ୍ଷକ ଡଃ ସେଠୀ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଚଢାଉ କରି ସକ୍ଷମ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରାଯିବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଜିମସାର) ଆଠଗଡ ଉପଖଣ୍ଡ ଓ ପାର୍ଶ୍ବବର୍ତ୍ତି ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇଦେଇ ଆସୁଛି। ନିସ୍ୱ ଅସହାୟ ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଯାଉଅଛି। ଆଇସିୟୁ,ଏମଆରଆଇ, ସିଟିସ୍କାନ, ଅଲ୍ଟ୍ରାସାଉଣ୍ଡ ଆଦି ସୁବିଧା ସହିତ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ମଧ୍ୟ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି । ସୂଚନାଯୋଗ୍ୟ ପ୍ରତିଷ୍ଠାନଟି ଗ୍ରାମାଞ୍ଚଳର ବିଦ୍ୟାର୍ଥୀମାନଙ୍କୁ ନର୍ସିଂ ପାଠ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରୁଛି। ଗତ କରୋନା ମହାମାରୀ ସମୟରେ ରୋଗୀମାନଙ୍କୁ ଉତ୍ତମ ସେବା ଯୋଗାଇଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକରେ ‘ସମାଜ’ ଦ୍ୱାରା ଆୟୋଜିତ ଏକ ବୈଠକରେ ଜିମସାରରେ କୋଭିଡ ରୋଗୀସେବାକୁ ପ୍ରଶଂସା କରିଥିଲେ । ଗ୍ରାମାଞ୍ଚଳ ତଥା ସାଧାରଣ ଜନତାମାନଙ୍କୁ ହାତ ପାହାନ୍ତାରେ ଉତ୍ତମ ସେବା ଯୋଗାଇଦେବା ପାଇଁ କାର୍ଯ୍ୟ କରୁଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରୁ ଦୁର୍ବୁତ୍ତମାନେ ବାରମ୍ବାର ଚୋରି କରି ନେଉଥିଲେ ମଧ୍ୟ ଖୁଣ୍ଟୁଣୀ ପୋଲିସର ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପ୍ରତି ଶିଥିଳତା ଓ ନିଷ୍କ୍ରିୟତା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଚିକିତ୍ସା ସେବା ଯୋଗାଇଦେଉଥିବା ପ୍ରତିଷ୍ଠାନରୁ ବାରମ୍ବାର ଚୋରି ହେବା ଏବଂ ଅଭିଯୋଗ ପରେ ମଧ୍ୟ ଖୁଣ୍ଟୁଣୀ ପୋଲିସ ଅଗ୍ରାଧିକାରୀଭତ୍ତିରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରତିବଦଳରେ ନିଷ୍କ୍ରିୟତା ପ୍ରଦର୍ଶନ କରିବା ଘଟଣାକୁ ବୁଦ୍ଧିଜୀବି ମହଲରେ ନାପସନ୍ଦ କରାଯାଇଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories