www.samajalive.in
Wednesday, December 10, 2025
16.1 C
Bhubaneswar

ଗୋପବନ୍ଧୁ ଚିକିତ୍ସାଳୟରେ ଗୋପବନ୍ଧୁ ଜୟନ୍ତୀ

ଗୁରୁଡିଝାଟିଆ : ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରେ ମହାନ ଦେଶ ସେବକ ସଂସ୍କାରକ, ବିଶିଷ୍ଟ ସାମ୍ବଦିକ, ଦୀନଜନବନ୍ଧୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜନ୍ମଉତ୍ସବ ପାଳିତ ହୋଇଛି । ଗୋପବନ୍ଧୁ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଦ୍ମଚରଣ ଦାଶ ଅତିଥି ଭାବରେ ଯୋଗଦେଇ, ଉତ୍କଳମଣି ଗୋପବନ୍ଧୁ ଥିଲେ ଦୀନଦୁଃଖି ଅଭାବୀଙ୍କ ଯଥାର୍ଥ ବନ୍ଧୁ । ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ମାଡି ଆସିଲେ ଏବେ ମଧ୍ୟ ଉତ୍କଳୀୟଙ୍କ ହୃଦୟରେ ଦାସେ ଆପଣ ଉଙ୍କି ମାରନ୍ତି । ଜାତୀୟ ଚେତନା, ଜାତୀୟ ଶିକ୍ଷା ବ୍ୟବସ୍ଥା ସହିତ ଏକ ସ୍ୱତନ୍ତ୍ର ଉତ୍କଳ ଗଠନରେ ଉତ୍କଳମଣିଙ୍କ ଭୂମିକା ସ୍ୱତନ୍ତ୍ରସ୍ଥାନ ଗ୍ରହଣ କରିଥିଲେ ବୋଲି କହିଥିଲେ। ଡାକ୍ତର ଶ୍ୱେତାସୀନି ରାୟ ପୂଣ୍ୟାତ୍ମା ଉତ୍କଳମଣି ଥିଲେ ନିଷ୍ପେସିତ ମଣିଷଙ୍କ ଶେଷ ଆଶ୍ରୟସ୍ଥଳ ବୋଲି କହିଥିଲେ। ଡାକ୍ତର ମୋହିତ୍ କୁମାର, ପଣ୍ଡିତ ଉତ୍କଳମଣିଙ୍କ ସେବା ଓ ତିତିକ୍ଷା ଧର୍ମରେ ଯୁବସମାଜ ଅନୁପ୍ରାଣିତ ହେବା ପାଇଁ କହିଥିଲେ । ସମାଜ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର, ଚିକିତ୍ସାଳୟର ଉପପରିଚାଳକ ନିତ୍ୟ ସୁନ୍ଦର ସିଏ, ଡାକ୍ତର ବିକ୍ରମ ଷଡଙ୍ଗୀ ଓ ନିଗମାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories