www.samajalive.in
Wednesday, December 10, 2025
23.1 C
Bhubaneswar

୨ୟ ଦିନିକିଆ : ଆୟର, କିଷନ ଭାରତକୁ ଜିତାଇଲେ

ରାଞ୍ଚି : ଶ୍ରେୟାସ ଆୟରଙ୍କ ଶତକ ଓ ଈଶାନ୍ କିଷନ୍‌ଙ୍କ ୯୩ ରନ୍‌ ବଳରେ ୨ୟ ଦିନିକିଆରେ ଘରୋଇ ଭାରତ ବିଜୟୀ ହୋଇଛି। ରବିବାର ଏହି କର ବା ମର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ଭାରତ ପରାସ୍ତ କରିଛି। ରିଜା ହେଣ୍ଡ୍ରିକ୍‌ସ ଓ ଐଡେନ୍ ମାର୍କରାମ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୭ ୱିକେଟରେ ୨୭୮ ରନ୍‌ କରିଥିଲା। ପରେ ଆୟର-କିଷନ୍‌ଙ୍କ ମାରାଥନ୍‌ ଭାଗିଦାରୀ ଯୋଗୁଁ ୪୫.୫ ଓଭରରେ ୩ ୱିକେଟ ହରାଇ ଭାରତ ଜିତିଥିଲା। ଭାରତର ଏହି ସହଜ ବିଜୟ ପରେ ୩ ମ୍ୟାଚ୍‌ର ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ପହଞ୍ଚି ଯାଇଛି । ମଙ୍ଗଳବାର ଦିଲ୍ଲୀରେ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ ଖେଳାଯିବ।
ପ୍ରଥମ ମ୍ୟାଚ୍‌ ପରି ଏହି ଦିନିକିଆରେ‌ ମଧ୍ୟ ଭାରତ ସହଳ ଦୁଇ ଓପ୍‌ନରଙ୍କୁ ହରାଇଥିଲା । ଅଧିନାୟକ ଶିଖର ଧାୱନ ୨୦ ବଲ୍‌ରୁ ୧୩ ରନ୍‌କରି ଆଉଟ୍‌ ହୋଇଥିଲେ। ଶୁବ୍‌ମାନ ଗିଲ୍‌ ଚମତ୍କାର ଲୟରେ ନଜର ଆସୁଥିଲେ ହେଁ ବୋଲର କାଗିସୋ ରାବାଡାଙ୍କୁ କ୍ୟାଚ୍‌ ଦେଇଥିଲେ। ଗିଲ୍‌ ୨୬ ବଲ୍‌ରୁ ୫ଟି ଚୌକା ସହ ୨୮ ରନ୍‌ କରିଥିଲେ। ୪୮ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଈଶାନ୍ କିଷନ୍ ଓ ଶ୍ରେୟାସ ଆୟର ଦକ୍ଷିଣ ଆଫ୍ରିକା ବୋଲିଂ ଉପରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ। ୨୧ଶ ଓଭରରୁ ଦୁହେଁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ୩ୟ ୱିକେଟ ପାଇଁ କିଷନ୍ ଓ ଆୟର ୨୫.୪ ଓଭରରୁ ୧୬୫ ରନ୍‌ ଯୋଗକରି ଭାରତର ବିଜୟ ନିଶ୍ଚିତ କରିଥିଲେ। ଶତକ ଆଡ଼କୁ ଅଗ୍ରସର ହେଉଥିବା ସ୍ଥାନୀୟ ଖେଳାଳି ଈଶାନ୍ କିଷନ୍‌ ମାତ୍ର ୭ ରନ୍‌ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। କିଷନ୍‌ ୮୪ ବଲ୍‌ରୁ ୭ଟି ଛକା ଓ ୪ଟି ଚୌକା ସହ ୯୩ ରନ୍‌ କରିଥିଲେ। ପରେ ଆୟର ଓ ସଞ୍ଜୁ ସାମ୍‌ସନ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। ୧୦୩ ବଲ୍‌ରେ ଆୟର ଜୀବନର ୨ୟ ଦିନିକିଆ ଶତକ ପୂରଣ କରିଥିଲେ। ଆୟର ୧୧୧ ବଲ୍‌ରୁ ୧୫ଟି ଚୌକା ସହ ୧୧୫ ରନ୍‌ରେ ଅପରାଜିତ ଥିଲେ; ଯାହା ତାଙ୍କର ସର୍ବାଧିକ ଦିନିକିଆ ସ୍କୋର୍‌। ସାମ୍‌ସନ କ୍ରମାଗତ ୨ୟ ମ୍ୟାଚ୍‌ରେ ଅପରାଜିତ ରହି ୩୬ ବଲ୍‌ରୁ ୨୯ ରନ୍‌ କରିଥିଲେ।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନେଇଥିଲା। ଏହା ୧୦ମ ଓଭରରେ ୪୦ ରନ୍‌ ସ୍କୋର୍‌ରେ ଉଭୟ ଓପ୍‌ନରଙ୍କୁ ହରାଇଥିଲା। ପ୍ରଥମ ମ୍ୟାଚ୍‌ର ହିରୋ କ୍ବିଣ୍ଟନ ଡି କକ୍‌ ୫ ରନ୍‌କରି ଆଉଟ୍‌ ହୋଇଥିଲେ। ୟାନେମାନ୍ ମଲାନ୍‌ ୩୧ ବଲ୍‌ରୁ ୨୫ ରନ୍‌କରି ଦିନିକିଆ‌ ପଦାର୍ପଣ କରିଥିବା ଶାହ୍‌ବାଜ ଅହମ୍ମଦଙ୍କ ଶିକାର ହୋଇଥିଲେ। ଅଧିନାୟକ ତେମ୍ବା ବଭୁମାଙ୍କ ସ୍ଥାନରେ ଖେଳିଥିବା ରିଜା ହେଣ୍ଡ୍ରିକ୍‌ସ ଓ ଐଡେନ୍ ମାର୍କରାମ୍‌ ଚମତ୍କାର ବ୍ୟାଟିଂକରି ଅର୍ଦ୍ଧଶତକ ହାସଲ କରିବା ସହ ବଡ଼ ସ୍କୋର୍‌ର ମୂଳଦୁଆ ପକାଇଥିଲେ। ହେଣ୍ଡ୍ରିକ୍‌ସ ୭୬ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୭୪ ରନ୍‌କରି ବିଦାୟ ନେଇଥିଲେ। ପ୍ରଥମ ମ୍ୟାଚ୍‌ର ହିରୋ ହେନ୍‌ରିକ କ୍ଲାସେନ୍‌ ୨୬ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‌ କରିଥିଲେ। ତାଙ୍କ ୱିକେଟ ପଡ଼ିବା ସହ ଦକ୍ଷିଣ ଆଫ୍ରିକାର ରନ୍‌ଗତି ଧିମା ହୋଇ ଯାଇଥିଲା। ଡେଭିଡ୍‌ ମିଲର କ୍ରିଜ୍‌ରେ ଥିବା ସତ୍ତ୍ବେ ଶେଷ ୧୨ ଓଭରରୁ ଦକ୍ଷିଣ ଆଫ୍ରିକା ମାତ୍ର ୬୩ ରନ୍‌ କରିଥିଲା। ମିଲର ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରିନପାରି ୧୨ ଓଭର କ୍ରିଜ୍‌ରେ ରହି ୩୪ ବଲ୍‌ ଖେଳି ୪ଟି ଚୌକା ସହ ୩୫ ରନ୍‌ରେ ଅପରାଜିତ ଥିଲେ। ୱେନ୍‌ ପାର୍ନେଲ ୧୬ ରନ୍‌ କରିଥିଲେ। ମହମ୍ମଦ ସିରାଜ୍‌ ୩ଟି ୱିକେଟ ନେଇଥିଲେ। ଆୟର ପ୍ଲେୟାର ଅଫ ଦ ମ୍ୟାଚ ହୋଇଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories