www.samajalive.in
Wednesday, December 10, 2025
23.1 C
Bhubaneswar

କଖଡିରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ପଞ୍ଚାୟତରେ ରବିବାର ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ବରିଷ୍ଠ ବିଜେଡି ନେତା ନୃସିଂହ ଚରଣ ମହାପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସଂପର୍କ ପଦଯାତ୍ରା କଖଡିରୁ ଆରମ୍ଭ ହୋଇ ମହାଳପଡା, କାପ୍ତାବରାଇ ଦେଇ ଗୋପିନାଥପଡାରେ ଶେଷ ହୋଇଥିଲା। ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସଂପର୍କରେ ବୁଝାଇବା ସହ ଜନସାଧାରଣଙ୍କ ମୌଳିକ ସମାସ୍ୟାକୁ ବୁଝି ଏହାର ସମାଧାନ କରିବା ନିମନ୍ତେ ପ୍ରତ୍ୟେକ ଘରେ ଦଳୀୟ କର୍ମୀମାନେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ଅଶୋକ କୁମାର ଖଟୁଆ, ଶ୍ରୀକର ଜେନା, ଦିଲ୍ଲିପ କୁମାର ଛତାର, ସମିତିସଭ୍ୟ ପ୍ରଦୀପ ମହାନ୍ତି, ସନ୍ତୋଷକୁମାର ବେହେରା, ରବିନ୍ଦ୍ର ବରାଳ, ନରେନ୍ଦ୍ର ସାହୁ, ପ୍ରତାପ କୁମାର ସାହୁ, ଆଠଗଡ ବିଜେଡି ଛାତ୍ର ସଭାପତି ସତ୍ୟପ୍ରିୟ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଖଟୁଆ, ରମେଶ ଚନ୍ଦ୍ର ଘଡେଇ, ନାରୀନେତ୍ରୀ ବାସନ୍ତି ରାଉଳ ,ସେକ୍ ସାଜନ ପ୍ରମୁଖ ଯୋଗଦଇ ସରକାରଙ୍କ ବିକାଶର ଧାରା କୁ ଲୋକମାନଙ୍କ ନିକଟରେ ପହଞ୍ଚାଇଥିଲେ ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories