www.samajalive.in
Monday, December 15, 2025
24.1 C
Bhubaneswar

ବାଲିପଟାରେ ବ୍ୟାପୁଛି ଝାଡ଼ାବାନ୍ତି; ଗଲାଣି ୨ ଜୀବନ, ୯ ଗୁରୁତର

ପାଟଣାଗଡ଼: ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମର ଝାଙ୍କରପଡ଼ାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୮ରେ ଗ୍ରାମର ଜୟନ୍ତୀ ବାଗ(୪୮)ଙ୍କ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର ସକାଳେ ପ୍ରଫୁଲ୍ଲ ସାହୁ(୬୫)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିବା ସହ ଲୋକଙ୍କୁ ସଚେତନ କରୁଛନ୍ତି।
ବାଲିପଟା ଗ୍ରାମର ଝାଙ୍କରପଡ଼ାରେ ଗତ କିଛି ଦିନ ଧରି ଝାଡ଼ାବାନ୍ତି ଲାଗି ରହିଛି। ପଡ଼ାର ଅନିତ ମାଝୀ(୪୮), ମଦନ ହରିପାଲ(୭୦), କ୍ଷୀରସିନ୍ଧୁ ବାଗ(୨୩), ରଚନା ଦଣ୍ଡସେନା (୨୦), ଶାନ୍ତି ମାଝୀ (୦୩), ଲକ୍ଷ୍ମଣ ବରିହା(୫୬), ପ୍ରୀତି ବରିହା(୧୪), ପଦ୍ମିନୀ ମାଝୀ(୫୭) ଏବଂ ସୁଧିର ବରିହା(୪୩)ଙ୍କ ଅବସ୍ଥା ଗୁରୁତର ରହିଛି। ପଡ଼ାର ଅଧିକାଂଶ ଘରେ ଝାଡ଼ାବାନ୍ତି ଲାଗି ରହିଥିବା ଜଣାପଡ଼ିଛି।

ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ, ଆଶା ଓ ଅଙ୍ଗନବାଡ଼ି କର୍ମୀ ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ଘର ଘର ବୁଲି ବୁଲି ସାବୁନରେ ହାତ ଧୋଇବା ସହ ପାଣିକୁ ଫୁଟାଇବାକୁ ଲୋକଙ୍କୁ ବୁଝାଇଛନ୍ତି। ଏହାବ୍ୟତୀତ ଗ୍ରାମ୍ୟ ଜଣ ଯୋଗାଣ ବିଭାଗ ପକ୍ଷରୁ ଏକ ଦଳ ଗାଁରେ ପହଞ୍ଚି ସମସ୍ତ ନଳକୂପ ଓ କୂଅରେ ବ୍ଲିଚିଂ ପକାଇ ବିଶୋଧନ କରିଥିବା ଜଣାଯାଇଛି। ଗାଁରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ ଶିବିର ଖୋଲାଯାଇଥିବା ବେଳେ ସନ୍ଧ୍ୟା ପ୍ରାୟ ୮ ଘଣ୍ଟା ସମୟରେ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ବଲାଙ୍ଗିର ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ ଗୁରୁ କହିଛନ୍ତି ଯେ ପ୍ରଫୁଲ୍ଲଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବାବେଳେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜୟନ୍ତୀଙ୍କ ମୃତ୍ୟୁ ହୋଇଛି।

Hot this week

ରାତିରେ ସ୍ଵେଟର ଏବଂ ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories