www.samajalive.in
Sunday, December 14, 2025
19.1 C
Bhubaneswar

ଋଣବୋଝରୁ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଋଣ ବୋଝ ସମ୍ଭାଳି ନପାରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଶୁକ୍ରବାର ମର୍କତନଗର ସେକ୍ଟର- ୬ ଅଞ୍ଚଳରେ ଘଟିଛି। ଆହତମାନେ ବ୍ରହ୍ମପୁର ଅଞ୍ଚଳର ଉମାଚରଣ ପଣ୍ଡା (୮୫), ପତ୍ନୀ ସରୋଜିନୀ ପଣ୍ଡା (୭୬) ଓ ପୁଅ ସୌମ୍ୟରଞ୍ଜନ ପଣ୍ଡା (୪୪)। ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି। ସେମାନଙ୍କ ଘରୁ ପୁଲିସ କୀଟ ନାଶକ ଔଷଧ ବୋତଲ ଜବତ କରିବା ସହିତ ଆଖପାଖରେ ରହୁଥିବା ଲୋକଙ୍କୁ ପଚରାଉଚରା ଜାରି ରଖିଛି। ମର୍କତନଗର ସେକ୍ଟର-୬ ଦାମ ମହାରାଜ ଗଳିରେ ଜଣକ ଘରର ତଳ ମହଲାରେ ଉମାଚରଣଙ୍କ ପରିବାର ଭଡ଼ାରେ ରୁହନ୍ତି। ଉକ୍ତ ପରିବାରର କେହି ସଦସ୍ୟ ସନ୍ଧ୍ୟା ପରଠାରୁ ବାହାରକୁ ନ ବାହାରିବା ଏବଂ ଭିତରୁ କାହାରି ପାଟି ଶୁଣା ନଯିବା ଘଟଣାକୁ ନେଇ ଘରମାଲିକଙ୍କ ସନ୍ଦେହ ହୋଇଥିଲା। ସେ ଏ ସଂକ୍ରାନ୍ତରେ ସ୍ଥାନୀୟ ପୁଲିସକୁ ଜଣାଇଥିଲେ। ପୁଲିସ ସେଠାରେ ପହଞ୍ଚି ଘରର କବାଟ ବାଡ଼େଇଥିଲା, ହେଲେ ଭିତରୁ କୌଣସି ଉତ୍ତର ମିଳି ନଥିଲା। କବାଟ ଭାଙ୍ଗି ଭିତରେ ପଶିବା ପରେ ମୁମୂର୍ଷୁ ଅବସ୍ଥାରେ ଉମାଚରଣ ଓ ସରୋଜିନୀ ଏବଂ ଅନ୍ୟ ଏକ କୋଠରିରେ ସୌମ୍ୟରଞ୍ଜନ ପଡ଼ିଥିବା ଦେଖିବାକୁ ପାଇଥିଲା। ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାକୁ ନେଇଯାଇଥିଲା। ସୌମ୍ୟରଞ୍ଜନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାବେଳେ ଉମାଚରଣ ଓ ସରୋଜିନୀଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।

ଉମାଚରଣ ପେସାରେ ଜଣେ ଓକିଲ ହୋଇଥିଲେ ମଧ୍ୟ ବୟାସାଧିକ କାରଣରୁ ସେ ଏବେ ବୃତ୍ତିରୁ ଦୂରେଇ ଯାଇଛନ୍ତି। ସେହିପରି ପୁଅ ସୌମ୍ୟରଞ୍ଜନ ବେଙ୍ଗାଲୁରୁରେ ଏକ ସଂସ୍ଥାରେ ଇଞ୍ଜିନିୟର ଭାବେ କାମ କରୁଥିଲେ, ହେଲେ କୌଣସି କାରଣରୁ ସେ ଚାକିରି ହରାଇବା ପରେ ଘରେ ରହୁଛନ୍ତି। ଫଳରେ ସମ୍ପୂର୍ଣ୍ଣ ପରିବାର ବେରୋଜଗାର ହୋଇପଡ଼ିଥିବା ବେଳେ ପୂର୍ବରୁ କରିଥିବା ଋଣ ସେମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଥିଲା। ଖାଲି ସେତିକି ନୁହେଁ ଆର୍ଥିକ ଅନଟନ କାରଣରୁ ଘର ଭଡ଼ା ମଧ୍ୟ ଠିକ୍‌‌ ଭାବେ ଦେଇପାରୁ ନଥିଲେ। ଏଭଳି ପରିସ୍ଥିତି ନେଇ କିଛିଦିନ ହେଲା ଉମାଚରଣଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଯାହାଫଳରେ ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏପଟେ ଉମାଚରଣ ପରିବାରର କେହି ସମ୍ପର୍କୀୟ କଟକରେ ରହୁ ନଥିବାରୁ ସେମାନଙ୍କ ବିଷୟରେ ଠିକ୍‌‌ ସୂଚନା ଜଣାପଡ଼ି ନଥିବା ଏସିପି ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories