www.samajalive.in
Monday, December 15, 2025
15.1 C
Bhubaneswar

ସ୍ତ୍ରୀକୁ ସନ୍ଦେହ କରି ଶିଶୁକନ୍ୟାକୁ ରାସ୍ତାରେ କଚାଡି ହତ୍ୟା କଲା ନୃଶଂସ ବାପା- ଗିରଫ କଲା ପୁଲିସ

ଘଣ୍ଟାପଡା : କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମରେ ସ୍ତ୍ରୀକୁ ସନ୍ଦେହ କରି ନିଜର ଶିଶୁ କନ୍ୟାକୁ ନୃଶଂସ ଭାବେ କଂକ୍ରିଟ ରାସ୍ତାରେ କଚାଡି ଦେଇ ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ କଣ୍ଟାମାଳ ପୋଲିସ କୋର୍ଟ ଚାଲାଣ କରିଛି l ଗତକାଲି ଲୋକନାଥ ସାହୁ ଏ ନେଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l

କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମର ଲୋକନାଥ ସାହୁ ନିଜର ସାନ ଝିଅ ଦୀପାଞ୍ଜଳି ସାହୁଙ୍କୁ ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ଥାନା ଅନ୍ତର୍ଗତ କୁଶଙ୍ଗ ଗ୍ରାମର ସ୍ୱର୍ଗତ ନାରାୟଣ ଖଟୁଆଙ୍କ ପୁଅ ଶ୍ୟାମ ସୁନ୍ଦର ଖଟୁଆ(୩୨)ଙ୍କ ସହିତ ବୈଦିକ ରୀତିନୀତିରେ ୨୦୨୧ ଜୁନ ୬ତାରିଖରେ ବିବାହ କରାଇଥିଲେ l ମାତ୍ର ମାସେ ଦୁଇ ମାସ ପରେ ଦୀପାଞ୍ଜଳିକୁ ଶାଶୁ ଘର ଲୋକେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଥିଲେ l ଏକଥା ଫୋନ ଦ୍ୱାରା ଜଣାଇବା ଫଳରେ ଲୋକନାଥ ନିଜ ଝିଅକୁ ଆଣି ଘରେ ରଖିଥିଲେ l କିଛିଦିନ ପରେ ଶ୍ୟାମ ମଧ୍ୟ ଶ୍ୱଶୁର ଘର ନାରାୟଣପ୍ରସାଦ ଗ୍ରାମକୁ ଆସି ରହୁଥିଲା l ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା l ଏହାପରେ ଶ୍ୟାମ ନିଜ ପତ୍ନୀ ପ୍ରତି ସନ୍ଦେହ କରିବା ଆରମ୍ଭ କରିଥିଲା l ପର ପୁରୁଷ ସହ ଅନୈତିକ ସଂପର୍କ ରଖିଥିବା କହି ବିଭିନ୍ନ ସମୟରେ ଦୀପାଞ୍ଜଳିକୁ ନିର୍ଯ୍ୟାତନା ଦେଉଥିଲା l ଅଭିଯୋଗ ପ୍ରକାରେ ଘଟଣା ଦିନ ଅପରାହ୍ନ ୩ ରୁ ୩.୩୦ମି. ମଧ୍ୟରେ ଶାଶୁ ଶ୍ୱଶୁର ଘରେ ନଥିବା ବେଳେ ସ୍ତ୍ରୀକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା l ଉଭୟଙ୍କ ପ୍ରବଳ ପାଟିତୁଣ୍ଡ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀର ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲା l ଦୀପାଞ୍ଜଳି ନିଜକୁ ବଞ୍ଚାଇବା ପାଇଁ ଶ୍ୟାମକୁ ଧକ୍କା ମାରିଥିଲେ l ଏହାପରେ ପାପରୁ ଜାତ ଶିଶୁକୁ ମାରିଦେବି କହି ନିଜର ୪ମାସର ଅବୋଧ ଶିଶୁକନ୍ୟା (ଆରହି)କୁ ଉଠାଇ ଆଣି କଂକ୍ରିଟ ରାସ୍ତା ଉପରେ କଚାଡି ଦେଇଥିଲା l ପାଟିତୁଣ୍ଡ ଶୁଣି ପରିବାର ଲୋକେ ଘରକୁ ଆସି ଶିଶୁର ମୁଣ୍ଡରୁ ରକ୍ତ ଝରୁଥିବା ଦେଖିଥିଲେ l ତୁରନ୍ତ ଏକ ଅଟୋ ଭଡା କରି ଶିଶୁକନ୍ୟାକୁ କଣ୍ଟାମାଳ ଡାକ୍ତରଖାନାକୁ ନେଇଥିଲେ l ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ l ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ l

- Advertisement -

ଗ୍ରାମବାସୀ ଅଭିଯୁକ୍ତ ଶ୍ୟାମକୁ ଦଉଡିରେ ବାନ୍ଧି କଣ୍ଟାମାଳ ଥାନାକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଗ୍ରାମବାସୀ ଅଭିଯୁକ୍ତକୁ ପୁଲିସର ଜିମା ଦେଇଥିଲେ l ଜ୍ବାଇଁର ଏପରି ନୃଶଂସ କାଣ୍ଡ ବିରୋଧରେ କଣ୍ଟାମାଳ ଥାନାରେ ଝିଅର ପିତା ଲୋକନାଥ ସାହୁ ଲିଖିତ ଅଭିଯୋଗ କରିଛନ୍ତିl କେସ୍‌ ନଂ.୯୮/୨୨ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଥିଲା l ଡ଼ିଏସପି ତପସ୍ୱିନୀ କହଁରଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଫିସର ଘଣ୍ଟାପଡା ଫାଣ୍ଡି ଏସଆଇ ଗଣନାଥ ଥନାପତି ପୁଲିସ ଟିମ ସହ ନାରାୟଣପ୍ରସାଦ ଗ୍ରାମକୁ ଆସି ହତ୍ୟାର ଜାଗା ଓ ରକ୍ତ ଚି଼ହ୍ନଟ କରି ଫେରିଥିଲେ l ଅଭିଯୁକ୍ତ ଶ୍ୟାମକୁ ଧାରା ୪୯୮(ଏ) ଏବଂ ୩୨୩, ୩୨୫, ୩୦୭, ୫୦୬, ୩୦୨ ଆଇପିସି ନୀୟମ ଅନୁସାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଡ଼ିଏସପି ତପସ୍ୱିନୀ କହଁର ସୂଚନା ଦେଇଛନ୍ତି l ଶିଶୁ ହତ୍ୟା ଆସାମୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ଶ୍ୱଶୁର ଲୋକନାଥ ଓ ସ୍ତ୍ରୀ ଦୀପାଞ୍ଜଳି ପ୍ରତିକ୍ରିୟା ଦେଇଛନ୍ତି l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories