www.samajalive.in
Monday, December 15, 2025
17.1 C
Bhubaneswar

ମହୁଲ ଗଛରୁ ମହିଳା ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର

ଘଣ୍ଟାପଡା: ଘଣ୍ଟାପଡା ଥାନା ଅନ୍ତର୍ଗତ ଉମା ଗ୍ରାମରେ ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ମହୁଲ ଗଛ ଡାଳରେ ଦୁଇ ଭିନ୍ନ ପରିବାରର ମହିଳା ଓ ନାବାଳିକା ଗୋଟିଏ ଶାଢ଼ୀରେ ବେକରେ ବାନ୍ଧି ଝୁଲି ପଡିଛନ୍ତି ।
ସୂଚନା ମୁତାବକ ସୋମବାର ଅପରାହ୍ନରେ ଗ୍ରାମର ସଞ୍ଜିତ ରଣାଙ୍କ ସ୍ତ୍ରୀ ରଞ୍ଜିତା ରଣା(୨୮) ଓ ଭିକାରି ରାଉତଙ୍କ ଝିଅ ଟିକି ରାଉତ(୧୭) ଶୌଚ ହେବାକୁ ଯାଉଛୁ କହି ଘରୁ ବାହାରି ଯାଇଥିଲେ । ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ସନ୍ଧ୍ୟା ହେବାରୁ ଉଭୟ ପରିବାର ସଦସ୍ୟ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ହେଁ କୌଣସି ପ୍ରକାର ସନ୍ଧାନ ପାଇ ନଥିଲେ।

ମଙ୍ଗଳବାର ସକାଳୁ ପ୍ରତିମାଳ ଗ୍ରାମ ନିକଟସ୍ଥ ଏକ ମହୁଲ ଗଛ ଡାଳରେ ବେକରେ ଶାଢ଼ୀ ବାନ୍ଧି ଝୁଲନ୍ତା ଅବସ୍ଥାରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ପୁଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ଘଣ୍ଟାପଡା ଓ କଣ୍ଟାମାଳ ପୁଲିସ ଏବଂ ବୌଦ୍ଧରୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହ ଦୁଇଟିକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଛନ୍ତି । ଏନେଇ ଘଣ୍ଟାପଡା ଥାନାରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି । ପାରିପାର୍ଶୀକ ପରିସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ହୋଇଥାଇପରେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories