www.samajalive.in
Saturday, December 6, 2025
19.1 C
Bhubaneswar

୪୦ବର୍ଷ ପରେ ଘରକୁ ଫେରିଲେ ଘନଶ୍ୟାମ

ଛତ୍ରପୁର : ପରିବାରର ଦାରିଦ୍ର୍ୟ ଦୂର କରିବା ପାଇଁ ପାଠ ଛାଡି ଘରେ କାହାକୁ ନ କହି ଘର ଛାଡ଼ି ଚାଲିଯାଇଥିଲେ। ଦିନେ କି ମା​ସେ ନୁହେଁ, ଦୀର୍ଘ ୪୦ ବର୍ଷ ପରେ ନିଜ ଭିଟାମାଟିକୁ ଫେରିଛନ୍ତି ଘନଶ୍ୟାମ। ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଚିକଲଖଣ୍ଡି ପଞ୍ଚାୟତ ଅଧୀନ ବାଲିବଗଡ଼ ଗ୍ରାମର ଘନଶ୍ୟାମ ନାୟକ(୫୨)କିଶୋର ଅବସ୍ଥାରେ ତଥା ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଘରୁ ପଳାଇଥିଲେ। ବହୁ ବର୍ଷ ଧରି ଘର ଓ ପରିବାର ସହିତ ଯୋଗା‌େ‌ଯାଗ ହୋଇପାରିନଥିବାବେଳେ ଏବେ ଦୀର୍ଘ ୪୦ବର୍ଷ ପରେ ସେ ନିଜ ଘରକୁ ଫେରିଛନ୍ତି। ସେତେବେଳେ ଗାଁ ପରିବେଶ ଭଲ ଲାଗୁ ନଥିଲା ବେଳେ ଏବେ ଗାଁ ସବୁଜ ସୁନ୍ଦର ଦେଖି ସେ ଖୁସି ଅନୁଭବ କରୁଛନ୍ତି।
ଘନଶ୍ୟାମଙ୍କ ପରିବାର କହିଲେ ତାଙ୍କ ବାପା ପର୍ଶୁରାମ ନାୟକ, ମାଆ ଚନ୍ଦ୍ରମା ନାୟକ ଏବଂ ଚାରି ଭାଇ ଓ ଦୁଇ ଭଉଣୀ। ଘନଶ୍ୟାମ ୧୯୮୩ରେ ଲଣ୍ଡାବାଉଁଶ ସ୍କୁଲରେ ସପ୍ତମ ଶ୍ରେଣୀ ପାଠ ପଢୁଥିଲେ। ପରିବାର ଚଳାଇବା ତାଙ୍କ ବାପାଙ୍କ ପାଇଁ କଷ୍ଟସାଧ୍ୟ ହେଉଥିଲା। ଏହାକୁ ଦେଖିବା ପରେ କିଛି ରୋଜଗାର କରିବା ପାଇଁ ଘନଶ୍ୟାମ ମନ ବଳାଇଲେ। ଏଥିପାଇଁ ୧୯୮୩ ମସିହାରେ ସେ ପରିବାର​‌େ​‌ର କାହାକୁ ନ କହି କାମ କରିବା ନିମନ୍ତେ ବାହାରକୁ ଚାଲିଗଲେ। ପ୍ରଥମେ ସେ ପଞ୍ଜାବର ପଠାଣ କୋଟରେ ଦୁଇରୁ ତିନି ବର୍ଷ ରହିଲା ପରେ ଜାମ୍ମୁକାଶ୍ମୀର ଯାଇଥିଲେ। ସେଠାରେ କାମ ନିମନ୍ତେ ବିଭିନ୍ନ କମ୍ପାନୀ ବୁଲିଥିଲେ। ମାତ୍ର ତାଙ୍କ ପାଖରେ କୌଣସି କାଗଜପତ୍ର(ନଥିପତ୍ର)ନଥିଲା। ଫଳରେ ସେ କାମ ପାଉ ନଥିଲେ। ବହୁତ କଷ୍ଟରେ ସେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ସେତେବେଳେ ଟେଲିଫୋନ ନଥିଲା କି ମୋବାଇଲ ନଥିଲା। ଘର କଥା ମନ ପଡୁଥାଏ। ବିଶେଷକରି ତାଙ୍କର ମାଆଙ୍କ କଥା ବେଶି ମନ ପଡୁଥାଏ। ଘରକୁ ଆସିବା ନିମନ୍ତେ ଇଚ୍ଛା ଥିଲେ ମଧ୍ୟ ଶନଶ୍ୟାମ ଘରକୁ ଆସି ପାରୁ ନଥିଲେ। ପରେ ସେ ଜାମ୍ମୁ-କାଶ୍ମୀରର ଏକ କମ୍ପାନୀରେ କାମ କଲେ। ଏହା ପରେ ଘର ସହ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚିଠି ଲେଖିଥିଲେ। ହେଲେ ଘରେ ଚିଠି ପହଞ୍ଚୁନଥିଲା। କିଛି ମାସ ତଳେ ଜାମ୍ମୁକାଶ୍ମୀରର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଘନଶ୍ୟମ ଗାଁକୁ ଚିଠି ପଠାଇଲେ। ଆଉ ଚିଠିର ଉତ୍ତର ମିଳିବା ସହ ଘରର ସଦସ୍ୟଙ୍କ ସହ ମୋବାଇଲ ନମ୍ବର ମଧ୍ୟ ମିଳିଲା। ଏହା ପରେ ଦୀର୍ଘ ୪୦ ବର୍ଷ ପରେ ଶନିବାର ଘରକୁ ଫେରିଛନ୍ତି ଘନଶ୍ୟାମ। କିଶୋର ଅବସ୍ଥାରେ ଘରୁ ଚାଲିଯାଇଥିବା ଘନଶ୍ୟାମ ଏବେ ବିବାହିତ ଏବଂ ଦୁଇ ସନ୍ତାନର ପିତା। ତେବେ ସେ ଏକାକୀ ନିଜ ଘରକୁ ଆସିଛନ୍ତି। ଆଉ ସାଙ୍ଗରେ କାଶ୍ମୀର ଆପେଲ ବି ନେଇ କି ଆସିଛନ୍ତି। ବେଶ୍ ଖୁସିରେ ପରିବାର ଲୋକଙ୍କୁ ନିଜ ହାତରେ କାଶ୍ମୀର ନାସପାତି ଖୁଆଇଦେଉଛନ୍ତି ଘନଶ୍ୟାମ। ପରିବାର ସଦସ୍ୟଙ୍କୁ ନିଜ ସଂଘର୍ଷର କାହାଣୀ ମଧ୍ୟ ସେ କହିଛନ୍ତି। ଘନଶ୍ୟାମ ଫେରିବା ସହ ଦୀର୍ଘ ୪୦ ବର୍ଷ ପରେ ଶନିବାର ଠାରୁ ନାୟକ ପରିବାରରେ ଖୁସିର ପରିବେଶ ଦେଖିବାକୁ ମିଳିଛି । ହସ ଖୁସିରେ ସମସ୍ତେ ମସଗୁଲ ହୋଇଉଠିଛନ୍ତି। ପୁଅ ଘରକୁ ଫେରିଥିବାରୁ ବୁଢ଼ୀ ମା’ ଚନ୍ଦ୍ରମା ସବୁଠାରୁ ଅଧିକ ଖୁସି ହୋଇଛନ୍ତି। ପୁଅକୁ ପାଇ ଚର୍ମ ଧୁଡ଼ୁ ଧୁଡ଼ୁ ମୁହଁରେ ଆଜି ସତେଜତା ଫେରିଆସିଛି। ଦୀର୍ଘ ୪୦ବର୍ଷ ଧରି ମା’ ଠାରୁ ଦୂରେଇ ଯାଇଥିବା ପୁଅ ଯେ ଘରକୁ ଫେରିଛି । ଏଥର ଆଉ ଛାଡିବନି। ପୁଅକୁ ଯେତେବେଳେ ପାଖରେ ପାଇଛି ସବୁ ହିସାବ ନେବି। ଶେଷବେଳେ କାନ୍ଧରେ ଟିକେ ମଶାଣିକୁ ନେବୁରେ ବାପ ବୋଲି ଚନ୍ଦ୍ରମା କାନ୍ଦି କାନ୍ଦି ପୁଅକୁ କହିଛନ୍ତି। ବଡ଼ ସଂଘର୍ଷମୟ ଥିଲା ଘନଶ୍ୟାମଙ୍କର ଜୀବନ। ଘର ଛାଡିବା ପରେ ଜାମ୍ମୁର ଏକ କମ୍ପାନୀରେ ସେ କାମ ପାଇ ଟଙ୍କା ରୋଜଗାର କଲେ। ସେଠି ବିବାହ କଲେ। ଏବେ ତାଙ୍କର ଦୁଇ ପୁଅ ମଧ୍ୟ କାଶ୍ମୀରରେ ଅଛନ୍ତି । ଘର ଛାଡିବା ପରଠୁ ପ୍ରତ୍ୟେକ ଦିନ ନିଜ ପରିବାର କଥା ଭାବିଥାନ୍ତି । ଦେବୀ ମା’ଙ୍କୁ କେତେ ଡାକିଛନ୍ତି। ଆଉ ଆଜି ଦେବୀ ମା’ ତାଙ୍କ ଡାକ ଶୁଣିଛନ୍ତି। ସେ ଘରକୁ ଫେରିଛନ୍ତି ବୋଲି କହିଛନ୍ତି ଘନଶ୍ୟାମ। ଇତିମଧ୍ୟରେ ତାଙ୍କ ବାପା ପର୍ଶୁରାମଙ୍କ କାଳ ହୋଇଯାଇଛି। ଘନଶ୍ୟାମଙ୍କୁ ମିଶାଇ ୪ ଭାଇ ଅଛନ୍ତି ଓ ଦୁଇ ଭଉଣୀ ଅଛନ୍ତି। ଏବେ ଘନଶ୍ୟାମଙ୍କୁ ପାଖରେ ପାଇ ସବୁ ଭାଇ ବେଶ୍‌ ଖୁସି। ସେହି ସମୟରେ ଥିବା ଘନଶ୍ୟାମଙ୍କ ବନ୍ଧୁମାନେ ଗ୍ରାମକୁ ଫେରିବା ପରେ ପ୍ରଥମେ ତାଙ୍କୁ ଚିହ୍ନି ପାରିନଥିଲେ। ପରେ ଚିହ୍ନି ଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories