www.samajalive.in
Saturday, December 6, 2025
26.1 C
Bhubaneswar

୪୫ କେଜି ଗଞ୍ଜେଇ ଜବତ ; ଜଣେ ଗିରଫ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିଣ୍ଡିରା ଗାଁ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟ ନିକଟରେ ଫିରିଙ୍ଗିଆ ପୁଲିସ କାର ,୪୫ କେଜି ଗଞ୍ଜେଇ ଜବତ ସହ କରିବା ସହ ଜଣଙ୍କୁ ଗିରଫ କରିଛି। ଘଟଣା ସ୍ଥଳରୁ ଡ୍ରାଇଭର ଗାଡି ଛାଡି ଫେରାର ମାରିଥିବା ସୂଚନା ମିଳିଛି । ପୁଲିସର ସୂଚନା ଅନୁସାରେ ଡିଣ୍ଡିରା ଗାଁ ପଞ୍ଚାୟତର ଗାଟେଣୀରୁ ଆଦର୍ଶ ବିଦ୍ୟାଳୟ ପାଖରେ ଥିବା ମୁଖ୍ୟ ରାସ୍ତାକୁ ବାହାରି ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା। ପରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ଏକ ଟିମ ଆଦର୍ଶ ବିଦ୍ୟାଳୟ ନିକଟରେ ଜଗି ରହିଥିବା ବେଳେ ଗାଟେଣୀ ରାସ୍ତାରୁ ଗଞ୍ଜେଇ ଧରି ଆଦର୍ଶ ବିଦ୍ୟାଳୟ ରାସ୍ତାର ମୁଖ୍ୟ ରାସ୍ତାକୁ ବାହାରିଥିଲା । ଗାଡିର ଡ୍ରାଇଭର ଦୂରରୁ ପୁଲିସ ଆସୁ ଥିବା ଦେଖି ଗାଡି ଛାଡି ଫେରାର ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିକୁ ପୁଲିସ ଗାଡ଼ିରୁ ଧରି ଅଟକ ରଖିଥିବା ବେଳେ ଗାଡ଼ିକୁ ତନଖିବା ପରେ ଗଞ୍ଜେଇ ମିଳିଥିଲା । ପରେ ଘଟଣା ସ୍ଥଳରୁ କାର ଜବତ କରିବା ସହ ୪୫ କେଜି ଗଞ୍ଜେଇ ଓ ଜଣେ ମାଫିଆକୁ ଫିରିଙ୍ଗିଆ ଥାନାକୁ ଆଣିଥିଲା। ତେବେ ଗିରଫ ମାଫିଆ ଜଣକ କନ୍ଧମାଳ ଜିଲ୍ଲା ସଦର ଥାନା ଲାହାବାଡ଼ି ଗାଁର ଲୋଚନ ଦିଗାଲ ବୋଲି ଜଣା ପଡ଼ିଥିବା ବେଳେ ଫେରାର ଡ୍ରାଇଭର ମଧ୍ୟ ସେହି ଗାଁର ବେଣୁଧର ଦିଗାଲ ବୋଲି ପୁଲିସ ସୂଚନା ପାଇଛି । ଅନ୍ୟ ପଟେ ଫେରାର ଡ୍ରାଇଭରକୁ ଧରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଫିରିଙ୍ଗିଆ ଥାନାରେ ଏକ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଗିରଫ ମାଫିଆକୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories