www.samajalive.in
Saturday, December 6, 2025
16.1 C
Bhubaneswar

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ: ୨୦୦୬ରେ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଚର୍ଚ୍ଚାରେ ଥିଲେ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ। କର୍କଟ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ହେଉଛନ୍ତି ବିତ୍ତିହୋତ୍ର। ୨୦୦୬ ମସିହାରେ ସେ ଚର୍ଚ୍ଚାକୁ ଆସିଥିଲେ। ବିତ୍ତିହୋତ୍ରଙ୍କ ନାଁରେ ସେତେବେଳେ ଜଣେ ଜର୍ମାନ୍ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ରାଜସ୍ଥାନ ଅଲଓ୍ବାରକୁ ବୁଲିବାକୁ ଯାଇଥିବାବେଳେ ଦୁଷ୍କର୍ମ  ଅଭିଯୋଗ ଥିଲା। ଘଟଣାକୁ ନେଇ ବିତ୍ତିଙ୍କୁ ରାଜସ୍ଥାନ ପୁଲିସ୍ ଗିରଫ କରିଥିଲା। ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା। କୋର୍ଟ ବିତ୍ତିଙ୍କୁ ୭ ବର୍ଷ ଜେଲ ଏବଂ ୧୦ ହଜାର ଜରିମାନା କରିଥିଲେ। ପରେ ମାଆଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର। ପାରୋଲ ଅବଧି ଶେଷ ହେବା ପରେ ବି ଆଉ ଜେଲ ନଫେରି ଫେରାର୍ ହୋଇଯାଇଥିଲେ। ଦୀର୍ଘ ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡିଥିଲେ ବିତ୍ତିହୋତ୍ର। ସେଠାରେ ମିଛ ପରିଚୟ ପତ୍ର ଦେଇ ସେ ରହୁଥିଲେ। କିନ୍ତୁ ପୁଲିସ୍ ହାତରେ ଶେଷରେ ଧରାପଡିଯାଇଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories