www.samajalive.in
Monday, December 15, 2025
26.1 C
Bhubaneswar

ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମହାପ୍ରବନ୍ଧକଙ୍କ ଭୁବନେଶ୍ୱର ଗସ୍ତ

ଭୁବନେଶ୍ୱର: ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମୁମ୍ବାଇସ୍ଥିତ ସେଣ୍ଟ୍ରାଲ୍‌ କାର୍ଯ୍ୟାଳୟର ମହାପ୍ରବନ୍ଧକ ସ୍ମୃତି ରଞ୍ଜନ ଦାଶ ଚଳିତ ମାସ ୨୬ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ । ଶ୍ରୀ ଦାଶଙ୍କ ଗସ୍ତ ଅବସରରେ ଭୁବନେଶ୍ୱରର ଶିରିପୁରସ୍ଥିତ ଇମେଜଠାରେ ଏକ ମେଗା ଋଣ ଶିବିରର ଆଯୋଜନ କରାଯାଇଥିଲା ଯେଉଁଥିରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ବିଭିନ୍ନ ଗ୍ରାହକମାନଙ୍କୁ ବ୍ୟାଙ୍କ ପକ୍ଷରୁ ସମୁଦାୟ ୧୫୦କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ  କରାଯାଇଥିଲା ।

ଏହି ଅବସରରେ ଶ୍ରୀ ଦାଶ ବ୍ୟାଙ୍କର ମୂଲ୍ୟବାନ ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ କରିବା ସହ ଗ୍ରାହକ ସେବାରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ମଧ୍ୟ ସମସ୍ତ ଶାଖା ପ୍ରବନ୍ଧକମାନଙ୍କ ସହିତ ଆଲୋଚନା କରିବା ସହ ପ୍ରତ୍ୟେକ ଅଭାବୀ ଗ୍ରାହକଙ୍କ ନିକଟରେ ପହଞ୍ଚି ସେମାନଙ୍କୁ  ଆବଶ୍ୟକୀୟ ବ୍ୟାଙ୍କିଙ୍ଗ୍‌ ସେବା ଓ ସୁବିଧା ଯୋଗାଇ ଦେଇ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସି୍ଥତିରେ ଅନୁଷ୍ଠିତ ହୋଇଥିଲା । ବ୍ୟାଙ୍କର ସହାୟକ  ମହାପ୍ରବନ୍ଧକ ଏସ୍‌. କେ ଗୋଲାନି ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ହୋଇଥିଲା ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories