www.samajalive.in
Sunday, December 14, 2025
19.1 C
Bhubaneswar

ଢାବାରେ ଡକାୟତି ସହ ମରଣାନ୍ତକ ଆକ୍ରମଣ : ଦୁବୃର୍ତ୍ତ ଦଳ ଗିରଫ ଓ କୋର୍ଟ ଚାଲାଣ

ରେଙ୍ଗାଲିକ୍ୟାମ୍ପ :  ଅତାବିରା ବ୍ଲକ ଅନ୍ତର୍ଗତ  ୫୩ ନଂ ଜାତୀୟ ରାଜପଥ କଡ଼ରେ ସୁକୁଟା ପାଲି ଛକରେ ଥିବା ରାଜସ୍ଥାନୀ ଢାବାରେ ଗତ ୨୩ ତାରିଖ ରାତିରେ ଡ୍ରାଇଭର ସମେତ ୪ ଜଣ ବରଗଡ଼ ପଟୁ ଆସି ଢ଼ାବା ଆଗରେ କାର ଅଟକାଇଥିଲେ। ଢ଼ାବା ଆଗରେ ଛିଡା ହୋଇଥିବା ଗୋଟିଏ ଟ୍ରକ୍ ରୁ ଟ୍ରକ ଡ୍ରାଇଭର  ଓହ୍ଲାଇଥିବା ସମୟରେ ତାଙ୍କ ପକେଟରୁ ମୋବାଇଲ ସହ ପଇସା ତଳେ ପଡିଯାଇଥିଲା। ସେ ଏହାକୁ ଉଠାଉଥିବା ବେଳେ କାରରୁ କିଛି ଅଚିହ୍ନା ବ୍ୟକ୍ତି ଆସି ପଇସା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିବାରୁ ଟ୍ରକ ମାଲିକ ତାଙ୍କ ହାତ ଧରିପକାଇଥିଲେ। କିନ୍ତୁ ସେମାନେ ଛୁରୀରେ ପ୍ରଥମେ ତାଙ୍କ ମୁଣ୍ଡକୁ ଓ ପରେ ଜଙ୍ଘରେ ଆକ୍ରମଣ କରିଥିଲେ। ଟ୍ରକ୍ ଡ୍ରାଇଭର ମୁସ୍ତାକିମ୍  ପ୍ରାଣ ବିକଳରେ ଢ଼ାବା ଭିତରକୁ ଦୌଡ଼ି ପଳାଉଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କୁ ପଛରେ ଗୋଡ଼ାଇ ଢ଼ାବା ଭିତରକୁ ପଶିଥିଲେ । ଏହା ଦେଖି ଢ଼ାବା ମ୍ୟାନେଜର ବଜରଙ୍ଗ ଲାଲ ପୁନିଆ ଦୁବୃର୍ତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଅଣ୍ଟାରେ ଛୁରୀରେ ଆକ୍ରମଣ କରିଥିଲେ। ଢ଼ାବା ମାଲିକ ରକ୍ତାକ୍ତ ହୋଇ ତଳେ ପଡିଯିବାରୁ କାଉଣ୍ଟର ଭିତରୁ ଡ୍ର ରେ ଥିବା ୧୨ ହଜାର ଟଙ୍କା ନେଇ ଫେରାର ମାରୁଥିବା ବେଳେ ଆଉ ଜଣେ ଟ୍ରକ୍ ମାଲିକ ବିଜୟ ଉପାଧ୍ୟାୟଙ୍କ ପେଟରେ ମଧ୍ୟ ଆକ୍ରମଣ କରି ସମ୍ବଲପୁର ଅଭିମୁଖେ ପଳାୟନ କରିଥିଲେ। ଏହି ମରଣାନ୍ତକ ଆକ୍ରମଣ ଦେଖି ଢ଼ାବାରେ କାମ କରୁଥିବା ଅନ୍ୟ ସମସ୍ତେ ଭୟରେ ସ୍ଥାନୀୟ ଲୋକଙ୍କୁ ଫୋନ ମାଧ୍ୟମରେ ଜଣାଇବା ସହ ଦୌଡ଼ି ଅନ୍ୟତ୍ର ପଳାଇଥିଲେ।
ଏହି ଖବର ପାଇଁ ସ୍ଥାନୀୟ ଲୋକେ  ଦୁବୃର୍ତ୍ତମାନଙ୍କ ପିଛା କରି ସରଣ୍ଡା ଛକରେ ତାଙ୍କୁ ଅଟକାଇଥିଲେ । ତେବେ ଦୁଇଜଣ ଟ୍ରକ୍ ଡ୍ରାଇଭର ମାନଙ୍କ ମଧ୍ୟରୁ ଯାହାର ପେଟରେ ଆଘାତ କରାଯାଇଥିଲା ସେ ଗୁରୁତର ଥିବାରୁ ଅଶୋକା ୱିଲକାନର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବୁର୍ଲାଡ଼ାକ୍ତରଖାନାକୁ ନିଆଯାଇଥିଲା । ସେ ଏବେ ବୁର୍ଲ୍ଲାରେ ଚିକିତ୍ସିତ ହେଉଥିବା ବେଳେ ଢ଼ାବା ମାଲିକଙ୍କ ଅଣ୍ଟାରେ ଛଅଟି ଷ୍ଟିଜ୍ ପଡିଛି । ପୁଲିସ ଏହି ଖବର ପାଇ ସେଠାରେ ପହଞ୍ଚି ଦୁବୃର୍ତ୍ତମାନଙ୍କୁ ଗିରଫ କରିବା ସହ ଗୋଟିଏ କାର, ନଗଦ ୭୦୪୦ଟଙ୍କା, ଗୋଟିଏ ଭିଭୋ ମୋବାଇଲ୍, ଗୋଟିଏ ବଡ଼ ଖଣ୍ଡା, ଗୋଟିଏ ଚାଇନା ଛୁରୀ, ଗୋଟିଏ ପଞ୍ଝାକୃତି ଛୁରୀ ଜବତ କରିଛି । ତେବେ ଏହି ଦୁବୃର୍ତ୍ତମାନେ ହେଲେ ହୀରାକୁଦ ଥାନା ଅନ୍ତର୍ଗତ ଲରପଙ୍କର ଅନିଲ ଓରାମ(୧୯)ଓ ଆକାଶ ମୁଣ୍ଡ(୨୩), ଧନୁପାଲି ଥାନା ଅନ୍ତର୍ଗତ ପୁଟିବନ୍ଧର ଅମୂଲ୍ୟ ମହାରଣା (୨୪), ଶାସନ ଥାନା ଅନ୍ତର୍ଗତ ଦୁମ୍ବେରପାଲିର ରାଜୁ ମହାନନ୍ଦ(୨୪) ଓ ୧୬ ବର୍ଷର ଜଣେ ନାବାଳକ। ବରଗଡ଼ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅଟାନିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ଏସ ଆଇ ବିପିନ ବାଗ, ଯାଦବ  ବାଗ, ଅନିମା ଏକା, ଏଏସ ଆଇ ଲଲିତ ନାଗ, ଗୋପାଳ ନାଏକ, ହୋମ ଗାର୍ଡ ସୁବ୍ରତ ନାଏକ, ଦୁଷ୍ମନ୍ତ ପଶାୟତ, ଗୋବିନ୍ଦ ମହାନନ୍ଦ, ଶ୍ରୀବତ୍ସ ମିର୍ଦ୍ଧା ଓ ଶ୍ରୀକାନ୍ତ ବେହେରା ପ୍ରମୁଖ ଏହି ପୋଲିସ ଦଳରେ ରହି  ଦୁର୍ବୃତ୍ତ ମାନଙ୍କୁ ଧରିବାରେ ସାହାଯ୍ୟ କରିଥିଲେ । ଆଜି ଏହି ଦୁବୃର୍ତ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories