www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କୁ ଚିଠି ଲେଖିଲେ ଗେହଲଟ; ସରକାର ଭାଙ୍ଗିବାକୁ ଚାଲିଛି ପ୍ରୟାସ

ରାଜସ୍ଥାନ ରାଜନୀତି ସରଗରମ। ସଚିନ ପାଇଲଟ-ଅଶୋକ ଗେହଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇ ଏବେ ରାଜସ୍ଥାନ ଡ଼େଇଁ ସୁପ୍ରିମକୋର୍ଟରେ ପହଞ୍ଚିଗଲାଣି । ଟଙ୍କା କିଣାବିକା ଅଡ଼ିଓ ଟେପ୍ ମାମଲାର ସିବିଆଇ ତଦନ୍ତ ନିମନ୍ତେ ବିଜେପିର ବହୁ ନେତା ଦାବି କରିବା ବେଳେ ଗେହଲଟ ସିବିଆଇ ପାଇଁ ରାଜ୍ୟ ରାସ୍ତା ବନ୍ଦ କରିଦେଇଛନ୍ତି । ଏହି ସ୍ଥିତିରେ ଅଶୋକ ଗେହଲଟ ତାଙ୍କ ସରକାରକୁ ଭାଙ୍ଗିବାକୁ ଚକ୍ରାନ୍ତ ଚାଲିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ।

- Advertisement -

ଏଥିରେ ସେ ଲେଖିଛନ୍ତି ଯେ ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ନେଇ ଚାଲିଥିବା ଷଡ଼ଯନ୍ତ୍ର ସମ୍ପର୍କରେ ଆପଣ ଜାଣନ୍ତି କି ନାହିଁ ମୁଁ ଜାଣିନାହିଁ । କିନ୍ତୁ ଏପରି ଘଟଣାକୁ ଇତିହାସ କେବେ ବି କ୍ଷମା ଦେବନାହିଁ । କେନ୍ଦ୍ର ଓ ରାଜ୍ୟରେ ଅଲଗା ଅଲଗା ଦଳର ଲୋକ ଜନହିତରେ ମିଳିମିଶି କାର୍ଯ୍ୟ କରିଥାଆନ୍ତି । ମାତ୍ର ଏପରିସ୍ଥଳେ ୧୯୮୫ରେ ରାଜୀବ ଗାନ୍ଧୀଙ୍କ ଦ୍ବାରା ଦଳବଦଳ ଆଇନ ଓ ଅଟଳବିହାରୀ ବାଜପେୟୀଙ୍କ ସରକାର ଦ୍ବାରା ଏହାର ସଂଶୋଧନକୁ କିଛି ଲୋକ ଉଲ୍ଲଂଘନ କରୁଛନ୍ତି । ରାଜସ୍ଥାନରେ ଘୋଡ଼ା ବେପାର କରି ସରକାରକୁ ଭାଙ୍ଗିବାକୁ ଉଦ୍ୟମ ହେଉଛି ।

କରେନା ସମୟରେ ଦେଶ ଏକ ସଙ୍କଟଜନକ ସ୍ଥିତିରେ ଗତି କରୁଛି । ଏହି ସମୟରେ କେନ୍ଦ୍ର ଓ ରାଜ୍ୟ ମିଳିମିଶି ବିପଦକୁ ସମ୍ମୁଖୀନ ହେବା ଆବଶ୍ୟକ । ମାତ୍ର ବିଜେପି ସରକାର ଏହି ସମୟରେ ରାଜସ୍ଥାନ ସରକାରଙ୍କୁ ଭାଙ୍ଗିବାକୁ ଷଡ଼ଯନ୍ତ୍ର କରୁଛି । ବିଜେପିର ନେତା ଗଜେନ୍ଦ୍ର ସିଂହ ଶେଖାୱତ ଓ ଅନ୍ୟମାନେ ଏଥିରେ ସାମିଲ ଅଛନ୍ତି । ମୁଁ ଜାଣିନାହିଁ ଆପଣ ଏ ସମ୍ପର୍କରେ କେତେ ପରିମାଣରେ ଜାଣନ୍ତି, ମାତ୍ର ଏହି ଷଡ଼ଯନ୍ତ୍ରର ଅଂଶୀଦାରମାନଙ୍କୁ ଇତିହାସ କେବେ କ୍ଷମା ଦେବ ନାହିଁ । ଗଣତାନ୍ତ୍ରିକ ପରମ୍ପରାରେ ମୋର ବିଶ୍ବାସ ଅଛି ଓ ଆମ ସରକାର ୫ ବର୍ଷ କାର୍ଯ୍ୟକାଳ ପୁରା କରିବ ବୋଲି ସେ ଚିଠିରେ ଲେଖିଛନ୍ତି । 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories