କୋଣାର୍କ: ପୁରୀରେ ନୂତନ ଭାବେ ଯୋଗ ଦେଇଥିବା ଏସପି ଅଖିଳେଶ୍ଵର ସିଂହ ବୁଧବାର ସନ୍ଧ୍ୟାରେ କୋଣାର୍କ ଥାନା ପରିଦର୍ଶନ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲିକଙ୍କ ଠାରୁ ପଚାରି ବୁଝିଛନ୍ତି। ବିଭିନ୍ନ ସମସ୍ୟା ନେଇ ଥାନାକୁ ଆସୁଥିବା ଲୋକଙ୍କୁ ସହଯୋଗ କରିବା ସମସ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଲାଗି ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମହିଳା ଓ ଶିଶୁ ଡେସ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଯାଉଛି, ଥାନାକୁ ଅଭିଯୋଗ ନେଇ ଆସୁଥିବା ମହିଳାମାନଙ୍କର ଅଭିଯୋଗ ମହିଳା ପୋଲିସ ଶୁଣୁଛନ୍ତି କି ନାହିଁ, ପୂର୍ବପେକ୍ଷା ଅପରାଧ ହାର କମିବା, ପାଟ୍ରୋଲିଂ ନିମନ୍ତେ ପୋଲିସ ଭ୍ୟାନ୍ ସଜାଗ ରହିବା, ଷ୍ଟାଫ କ୍ୱାର୍ଟର୍ସ, ଆଦି ସମ୍ପର୍କରେ ପୋଲିସ କର୍ମକାରୀଙ୍କ ସହ ଆଲୋଚନା କରିଥିବା ବେଳେ ଥାନାରେ ଆବଶକୀୟ କର୍ମଚାରୀ ଅଛନ୍ତି କି ନହାନ୍ତି ପଚାରି ବୁଝିବାସହ ଅପରାଧୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଏସପି ଶ୍ରୀ ସିଂହ ରାମଚଣ୍ଡୀ ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ମଧ୍ୟ ପରିଦର୍ଶନ କରିଥିବା ଜଣାପଡିଛି।
Popular Categories



