www.samajalive.in
Saturday, December 6, 2025
23.1 C
Bhubaneswar

ବିହାର ଓ ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର : ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ,୨୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ପଟନା/ଗୁଆହାଟୀ : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଆସାମରୁ ବିହାର ପର୍ଯ୍ୟନ୍ତ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ଏଥିପାଇଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବିହାରର ଗଣ୍ଡକ ନଦୀର ଜଳ ସ୍ତର ବୃଦ୍ଧି ଯୋଗୁଁ ମୁଜାଫରପୁରର ନଦୀ କୂଳରେ ଥିବା ଗ୍ରାମଗୁଡିକରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଜୀବନ ରକ୍ଷା ପାଇଁ ଜାତୀୟ ରାଜପଥ -୨୭ ଉପରେ ଆଶ୍ରୟ ନେଇଛନ୍ତି।

ଆରଜେଡି ନେତା ତେଜସ୍ୱୀ ଯାଦବ ବୁଧବାର ମଧୁବନୀ ଜିଲ୍ଲାର ମାଧପୁର ବ୍ଲକରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ରିଲିଫ ସହାୟତା ବଣ୍ଟନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତି ପାଇଁ ସେ ରାଜ୍ୟ ମୁଖ୍ୟ ନୀତୀଶ କୁମାରଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି।

- Advertisement -
Image Source : ANI

ସେ କହିଛନ୍ତି, ‘ବିହାର ବନ୍ୟାରେ ବୁଡ଼ି ଯାଇଥିବା ବେଳେ ଏବଂ ନୀତୀଶଙ୍କ ଆଖିରୁ ଲୁହ ଶୁଖିଗଲା। ନୀତୀଶ ଜୀ ଏଠାକୁ ଆସିବେ ନାହିଁ କିନ୍ତୁ ୭ ତାରିଖରେ ତାଙ୍କ ଚେୟାରକୁ ବଞ୍ଚାଇବା ପାଇଁ ଏକ ଭର୍ଚୁଆଲ୍ ରାଲି ଆୟୋଜନରେ ଲାଗିଛନ୍ତି।

 ବ୍ରହ୍ମପୁତ୍ର ବିପଦ ସଙ୍କେତ ଉପରେ

ଅନ୍ୟପକ୍ଷରେ, ଉତ୍ତର ପୂର୍ବ ଆସାମର ନାଗାଓଁ ଜିଲ୍ଲାର କୋପିଲି ନଦୀର ଜଳ ସ୍ତର ବୃଦ୍ଧି ଯୋଗୁ ଅନେକ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସାମରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୫ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। କାଜିରଙ୍ଗା ଜାତୀୟ ଉଦ୍ୟାନରେ ବନ୍ୟା ଜଳ ଯୋଗୁଁ ପଶୁମାନେ ରାସ୍ତାଘାଟରେ ବୁଲୁଥିବା ଦେଖିବାକୁ ମିଳିଛି।

ରାଜ୍ୟରେ ଲଗାତାର ବର୍ଷା ଯୋଗୁ ଗୁଆହାଟୀଠାରେ  ବ୍ରହ୍ମପୁତ୍ର ନଦୀ ବିପଦ ସଙ୍କେତ ଠାରୁ ଉପରେ ପ୍ରବାହିତ ହେଉଛି। କେନ୍ଦ୍ରୀୟ ଜଳ ଆୟୋଗର ଜଣେ ଅଧିକାରୀ ଜିତୁ ମୋନି ଦାସ କହିଛନ୍ତି, ଜଳସ୍ତର  ବିପଦ ସଂକେତ ଠାରୁ ଆଠ ସେଣ୍ଟିମିଟର ଉପରେ ପ୍ରବାହିତ ହେଉଛି। ପ୍ରତି ଘଣ୍ଟାରେ ଜଳସ୍ତର ଦୁଇ ସେଣ୍ଟିମିଟର ଲେଖାଏଁ ବୃଦ୍ଧି ପାଉଛି।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories